Masthead

ଆଜିଠୁ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜିଠୁ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । । ଦ୍ବିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହେବାର କାର୍ଯ୍ୟକ୍ରମ ଅଛି । ରାଜ୍ୟସଭାରେ ୨୬ଟି ବିଲ୍‌ ଏବଂ ୯ଟି ବିଲ୍‌ ଲୋକସଭାରେ ଗୃହୀତ ହେବାପାଇଁ ପଡ଼ି ରହିଛି। ୨ଟି ବିଲ୍‌ ତଥା ବହୁ ମଲ୍ଟି ଷ୍ଟେଟ୍‌ କୋଅପରେଟିଭ୍‌ ବିଲ୍‌-୨୦୨୨ ଏବଂ ଜନ ବିଶ୍ୱାସ ବିଲ୍‌ , ୨୦୨୨କୁ ଗତ ଶୀତ ଅଧିବେଶନରେ ସରକାରଙ୍କର ଏକ ଯୁଗ୍ମ କମିଟିକୁ ପଠାଯାଇଥିଲା। ଏହି ବିଲ୍‌କୁ କମିଟି ଦ୍ୱାରା ଯାଞ୍ଚ କରାଯାଉଛି। ମଲ୍ଟି ଷ୍ଟେଟ୍‌ କୋଅପରେଟିଭ୍‌ ବିଲ୍‌ ସଂକ୍ରାନ୍ତରେ ଆଲୋଚନା କରିଥିବା‌ ସିପି ଯୋଶୀଙ୍କ ନେତୃତ୍ୱାଧୀନ କମିଟି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଏହାର ରିପୋର୍ଟ ଦାଖଲ କରିବ।

ଏହି ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ । ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ନେତାମାନେ ଏକ ବୈଠକ କରିବେ। ସକାଳ ପ୍ରାୟ ୧୦ଟା ସମୟରେ ସେମାନେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବେ। ସରକାରଙ୍କ ଦ୍ବାରା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର, ଆଦାନି ଗ୍ରୁପ୍‌ ବିରୋଧରେ ଅଭିଯୋଗ, ଚୀନ୍‌ ସହ ସୀମା ବିବାଦ, ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗ ବିରୋଧୀ ଉଠାଇବେ। ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସମୟରେ ବିରୋଧୀ ଦଳଗୁଡିକ ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର