Masthead

ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ୟ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ ।

ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲାଦର୍ଶନ ହେବ । ଦିନ ୧୨ଟାରେ ମହାସ୍ନାନ ହେବ । ଏହାପରେ ଅପରାହ୍ନ ୩.୪୫ରୁ ୪.୪୫ ପର୍ୟ୍ୟନ୍ତ ଘଣ୍ଟାଏ ଧରି ସାହାଣମେଲା ଦର୍ଶନ ହେବ । ତେବେ ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ଏହାପରେ ସନ୍ଧ୍ୟା ଆଳତୀ, ମାଜଣା ଓ ଯାତ୍ରା ପୂଜା ହେବ । ଲିଙ୍ଗରାଜ ମନ୍ଦିରରେ ଏଥର ରାତି ୧୦ଟାରେ ମହାଦୀପ ଉଠିବ । ମହାଦୀପ ଉଠିବା ପରେ ଆଉ ଘଣ୍ଟା ଧରି ଭକ୍ତମାନେ ସାହାଣମେଲା ଦର୍ଶନ କରିବେ । ଏହାପରେ ଚାରିପ୍ରହର ପୂଜା, ହରିହର ଭେଟ ହେବା ସହିତ ଶେଷରେ ବଡସିଂହାର ବେଶ ହେଇ ପହୁଡ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ