ଆସାମ (ବଡ଼ ଖବର ବ୍ୟୁରୋ): ଆସାମ ବାଲ୍ୟ ବିବାହ ମାମଲା । ୮୭୭୩ ଲୋକଙ୍କ ମଧ୍ୟରୁ ୪୯୪ ଦୋଷୀ ସାବ୍ୟସ୍ତ । ଯାହା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେିଛନ୍ତି । ଆସାମରେ ବାଲ୍ୟ ବିବାହ ଓ ପୋକ୍ସୋ ମାମଲାରେ ଚାର୍ଜସିଟ କରାଯାଇଥିବା ୮,୭୭ ଲୋକଙ୍କ ମଧ୍ୟରୁ ମାତ୍ର ୪୯୪ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସାମ ବିଧାନସଭାରେ କଂଗ୍ରେସ ବିଧାୟକ ଅବଦୁର ରସିଦ ମଣ୍ଡଳଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶର୍ମା କହିଛନ୍ତି, ୨୦୧୭ରୁ ଫେବୃୟାରୀ ୨୦୨୩ ମଧ୍ୟରେ ପ୍ରାୟ ୮୭୭୩ ଲୋକଙ୍କ ନାଁରେ ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬(ପିସିଏମଏ) ଓ ଯୌନ ଅପରାଧରେ ଶିଶୁଙ୍କ ସଂରକ୍ଷଣ ଅଧିନିୟମ, ୨୦୧୨(ପୋକ୍ସୋ) ଆଧାରରେ ଅଭିଯୋଗ କରାଯାଇଛି । ଏଥିମଧ୍ୟରୁ ମୋଟ ୪୯୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୬,୧୭୪ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ୨୧ ବର୍ଷରୁ କମ ବୟସର ୧୩୪ ବାଳକ ଓ ୧୮ ବର୍ଷରୁ କମ ବୟସର ୨,୯୭୫ କନ୍ୟାଙ୍କ ବିବାହ ହୋଇଥିବା ଜଣାପଡିଛି ।