Masthead

ଜନ୍ମଦିନରେ ଅତିଥି ହେଲେ ଅବହେଳିତ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ନିଆରା ଢଙ୍ଗରେ ଜନ୍ମଦିନ ପାଳନ । କୌଣସି ସାମାଜିକ ଉତ୍ସବରେ ଯେଉଁମାନଙ୍କୁ କେହି ନିମନ୍ତ୍ରଣ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ । ସେଇମାନଙ୍କୁ ଡାକି ନିଜ ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ନଳାଙ୍ଗ ଗାଁର ସମାସଜସେବୀ ମନୋଜ ସ୍ୱାଇଁ ।

ଝିଅର ପ୍ରଥମ ଜନ୍ମ ବାର୍ଷିକକୁ ବେଶ ନିଆରା ଢଙ୍ଗରେ ପାଳନ କରିଛନ୍ତି ନଳାଙ୍ଗ ଗାଁର ମନୋଜ ସ୍ୱାଇଁ । ଜନ୍ମ ଉତ୍ସବରେ ଲୋକେ ବନ୍ଧୁ ବାନ୍ଧବ ତଥା ନେତା ବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିଥାନ୍ତି । ସେମାନଙ୍କ ଆତିଥ୍ୟତାରେ ଯେପରି କିଛି ତ୍ରୁଟି ନହୁଏ ସେଥିପାଇଁ ମଧ୍ୟ ଯତ୍ନଶୀଳ ହୋଇଥାନ୍ତି । ହେଲେ ସେଇ ପରମ୍ପରାକୁ ପଛରେ ପକାଇ ସମାଜର କିଛି ଅବହେଳିତ ବର୍ଗର ଲୋକଙ୍କୁ ଅତିଥି ଭାବରେ ଡାକି ନିଜ ଝିଅର ଜନ୍ମଦିନ ପାଳନ କରିଛନ୍ତି ମନୋଜ ।

ଆଦିବାସୀ ବସ୍ତିର କିଛି ବୃଦ୍ଧ,ବୃଦ୍ଧା, ମହିଳା ଓ ଶିଶୁମାନଙ୍କୁ ଜନ୍ମଦିନ ଭୋଜିକୁ ନିମନ୍ତ୍ରଣ କରିଥିଲେ ମନୋଜ । ସେମାନଙ୍କୁ ସ୍ୱତନ୍ତ୍ର ଗାଡ଼ିରେ ଆଣି ଷ୍ଟେଜରେ ସେମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରିଥିଲେ ମନୋଜ ଓ ତାଙ୍କ ପରିବାର ଲୋକେ । ପରେ ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ପରସି ଆପାୟିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡକାଯାଇ ଯେପରି ସମ୍ମାନିତ କରାଗଲା ତାକୁ ନେଇ ବେଶ ଆନନ୍ଦିତ ଆଦିବାସୀ ମହିଳା ଓ ପୁରୁଷମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା