Masthead

ନ୍ୟାୟ ପାଇଁ ଲଢେଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତ୍ରୀଙ୍କ ବାସଭବନ ଆଗରେ କାନ୍ଦୁଛନ୍ତି ପିହୁର ମାଆ । ସରୁନି ଲୁହ, ଶୁଣୁ ନାହାନ୍ତି ମନ୍ତ୍ରୀ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ ଶିଶୁକନ୍ୟା ପିହୁ ଗତ ୦୯/୦୮/୨୦୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କିଛି ଦୃବୃର୍ତ୍ତ ଅପହରଣ କରି ନେଇଥିଲେ । ଏହି ଅପହରଣ ଘଟଣାକୁ ନେଇ ପିହୁର ମା’ ମୋନାଲିସା ନାୟକ ବିଂଝାରପୁର ଥାନାରେ ୦୯/୦୮/୨୦୨୦ରେ ଲିଖିତ ଏତଲା ଦେଇଥିଲେ । ପିହୁର ମା’ ମୋନାଲିସା ନାୟକ ବାରମ୍ବାର ଅଭିଯୋଗ କଲାପରେ ବି ବିଂଝାରପୁର ଥାନାର ଆଇଆଇସି ନିରଞ୍ଜନ ସବର ଘଟଣାର ୫ ଦିନ ପରେ ଅର୍ଥାତ ୧୪/୦୮/୨୦୨୦ ରେ ବିଂଝାରପୁର ଥାନାରେ ଅପହରଣ ମାମଲା ନମ୍ବର ୨୨/୦୮/୨୦୨୦ ରୁଜୁ କରି ଚୁପ ବସିଗଲେ ।

ପିହୁ ଅପହରଣ ଘଟଣାର ୪ ମାସ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ଦେବାପରେ ପିହୁକୁ ଖୋଜିବା ବଦଳରେ ପିହୁର ପରିବାର ସଦସ୍ୟଙ୍କୁ ଥାନାକୁ ଡାକି ମାନସିକ ନିର୍ୟାତନା ଦେଲେ । ଆଜି ପର୍ଯ୍ୟନ୍ତ ପିହୁର ଅସ୍ତିତ୍ୱ ମିଳିଲା ନାହିଁ । ଏ ଘଟଣାକୁ ନେଇ ପିହୁର ମାଆ ମୋନାଲିସା ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟରେ ସମସ୍ତ ନ୍ୟାୟିକ ବ୍ୟବସ୍ଥାର ଦ୍ଵାରସ୍ଥ ହେବାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ।

ଯାହାକୁ ନେଇ ଆଜି ଦିନ ୧୧ରେ ନ୍ୟାୟ ପାଇଁ ଲଢେଇ । ପରିବାରର ଶତାଧିକ ସଦସ୍ୟ ଏକତ୍ରିତ ହୋଇ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଅହରାତ୍ର ଧାରଣାରେ ବସିଥିବାବେଳେ ମନ୍ତ୍ରୀ ଶୁଣିବା ତ ଦୂରର କଥା ବରଂ ପୋଲିସ ଲଗେଇ ଉଠାଇ ନେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼