Masthead

ଆନ୍ଦୋଳନ ପାଇଁ ମିଳିଲାନି ଗାଡ଼ି, ଚାଲି ଚାଲି ଯାଇ ବାହାହେଲା ବର

କାଶୀପୁର(ବଡ଼ ଖବର ବ୍ୟୁରୋ): ବାହା ହେବାକୁ ଚାଲି ଚାଲି ଗଲେ । ଦୀର୍ଘ ୨୮କିଲୋମିଟର ଚାଲିଲା ବର । ବରକୁ ମିଳିଲାନି ଗାଡ଼ି । ଡ୍ରାଇଭର ସଂଘର ଆନ୍ଦୋଳନ ଚାଲିଥିବା ଯୋଗୁଁ ବରକୁ ଗାଡ଼ି ମିଳିଲାନି । ବାହା ହେବାକୁ ଚାଲି ଚାଲି ଗଲେ ୨୮ କି.ମି। ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ହଟହଟା ହେଉଛନ୍ତି ଲୋକେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୁନାଖଣ୍ଡି ପଞ୍ଚାୟତ ପାର୍ତିବେଡା ଗ୍ରାମର ଜଣେ ଯୁବକ ଗତକାଲି ବିବାହ କରିବାକୁ କନ୍ୟା ଘର ଡିବାଲପାଡୁ ଗ୍ରାମକୁ ବାହାରିଥିଲେ।

ବର ଘର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଭଡ଼ା ଗାଡ଼ି ଗୁଡ଼ିକ ଆସିନଥିଲେ। ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଗାଡ଼ି ଗୁଡ଼ିକ ଆସିବା ପାଇଁ ମନା କରିଥିଲେ। ଫଳରେ କୌଣସି ଉପାୟ ନପାଇ ବରଯାତ୍ରୀ ବରକୁ ଧରି ଚାଲି ଚାଲି ୨୮ କିଲୋମିଟର ବାଟ ଯାଇଥିଲେ। ସନ୍ଧ୍ୟା ୬ ଟା ବେଳକୁ ବାହାରି ଭୋର ୩ ଟା ବେଳେ ପହଞ୍ଚିଥିଲେ। ଭୋରରୁ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବିବାହ ୧୦ ଘଣ୍ଟା ବିଳମ୍ବ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ