ଶଶୁରକୁ ହାଣିଲା ବୋହୂ

କୋରେଇ (ବଡ଼ ଖବର ବ୍ୟୁରୋ): ଶଶୁରକୁ ହାଣିଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁ ବେଲଗାଡ଼ିଆରେ।ମୃତ ଶଶୁର ହେଲେ ପବନା ହାତୀ । ପାରିବାରିକ କଳହରୁ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣାପଡ଼ିଛି। ସୋମବାର ବିଲରେ ଶଶୁର, ବୋହୂ ଏବଂ ପୁଅ କାମ କରୁଥିବାବେଳେ ପ୍ରଥମେ ପୁଅ ଏବଂ ବୋହୂ ମଧ୍ୟରେ ଝଗଡା ଲାଗିଥିଲା।

ପରେପରେ ଶଶୁର ସହ ବୋହୂର ଝଗଡା ହୋଇଥିଲା। ସନ୍ଧ୍ୟା ସମୟରେ ସମସ୍ତେ ଘରକୁ ଫେରିବା ପରେ ବୋହୂ ନିଜ ବାପ ଘରକୁ ଯିବାକୁ ତାର ସ୍ୱାମୀକୁ କହିଥିଲା ଏବଂ ତାକୁ ନେଇ ଛାଡିବାକୁ କହିଥିଲା। ତେବେ କିଛି ସମୟ ପରେ ଶଶୁର ଘର ବାରଣ୍ଡାରେ ବସି ମୃଦଙ୍ଗ ବଯାଉଥିବାବେଳେ ବୋହୂ ଏକ ଟାଙ୍ଗିଆ ସାହାଯ୍ୟରେ ଶଶୁର ବେକ ପଛପଟୁ ଚୋଟ ମାରିବାରୁ ଶଶୁରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ବୋହୂ ଫେରାର ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ