Masthead

ଗଣତନ୍ତ୍ରର ହେଉଛି ହତ୍ୟା,ଚାଲିଛି ଅମଲାତନ୍ତ୍ରର ଶାସନ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଅମଲାତନ୍ତ୍ରର ଶାସନ ଚାଲିଛି ‌।ନିର୍ବାଚିତ ପ୍ରତିନିଧି କୁ ସମ୍ମାନ ମିଳୁନି।ଜଣେ ମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ରିଲିଫ ଟଙ୍କା ପ୍ରଦାନ କରୁଛନ୍ତି। ମନ୍ତ୍ରୀମାନେ ହେଲେ ସରକାର। ସରକାର ପାଖକୁ କର୍ମଚାରୀ ଯିବା କଥା କିନ୍ତୁ କର୍ମଚାରୀ ପାଖକୁ ସରକାର ଆସୁଛନ୍ତି।ବୁକ୍ ସାର୍କୁଲାର ୪୭ର ଉଲଙ୍ଘନ ହୋଇଛି। ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ମୁଖ୍ୟ ଶାସନ ସଚିବ ବି କ୍ଷମା ମାଗନ୍ତୁ। ମୁଁ ମନ୍ତ୍ରୀମାନେ କହୁଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ମନ୍ତ୍ରୀଙ୍କ କଥା କହୁଥିବା ଅଭିଯୋଗ କରିଥିଲେ। କିନ୍ତୁ ମନ୍ତ୍ରୀର ମାନେ ନୁହେଁ ସବୁ ମନ୍ତ୍ରୀ।

ଅର୍ଥମନ୍ତ୍ରୀ ଜଣେ ସରକାରୀ କର୍ମଚାରୀଙ୍କୁ ଜୁହାର ହେଉଥିବା ଫଟୋ ସଦସ୍ୟ ମାନେ ଗୃହରେ ଦେଖାଇଥିଲେ। ଜଣେ ବିଡିଓଙ୍କ ନାମରେ ଅଭିଯୋଗ ଆଣୁଛନ୍ତି ଜଣେ ବିଧାୟକ। କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗୃହରେ ଆଲୋଚନା ହେଉଥିବା ବେଳେ ବିଡ଼ିଓ କହୁଛନ୍ତି ମୋର ଉପରେ ହାତ ଅଛି । ବିଧାୟକ କି ବିଧାନସଭା କେହିକିଛି କରିପାରିବେ ନାହିଁ। ଉପରୁ ତଳକୁ ପାଣି ବହିଯିବା ଭଳି ଉପର ଅଧିକାରୀଙ୍କ ଆଚରଣ ଦେଖି ତଳ ଅଧିକାରୀମାନେ ମଧ୍ୟ ଲୋକପ୍ରତିନିଧିଙ୍କୁ ଉପଯୁକ୍ତ ଆଚରଣ ପ୍ରଦର୍ଶନ କରୁ ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ