Masthead

ମଞ୍ଚରେ ଦୀପ ପ୍ରଜ୍ୱଳନ ବେଳେ ଟଳିପଡିଲେ ମାଲେସିଆର ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶ୍ରୀଗଣେଶନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏମିତି ବି ଆସେ ମୃତ୍ୟୁ । ମଞ୍ଚରେ ଦୀପ ପ୍ରଜ୍ୱଳନ କରୁ କରୁ ଟଳି ପଡିଲେ ମାଲେସିଆର ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶ୍ରୀଗଣେଶନ । ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ଚାଲିଥିବା ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମରେ  ଘଟିଛି ଏଭଳି ଦୁର୍ଘଟଣା । ମାଲେସିଆରୁ ଆସିଥିବା ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନଙ୍କର ମୃତ୍ୟୁ ହୋଇଛି । ଗୁରୁ ଶ୍ରୀ ଗଣେଶନ ଭାରତନାଟ୍ୟମ ପରିବେଷଣ କରିଥିଲେ ।

ତାପରେ ମଂଚରେ ଥିବା ଜଗନ୍ନାଥଙ୍କ ବିଗ୍ରହ ନିକଟରେ ଅନ୍ୟ ଅତିଥିମାନଙ୍କ ସହ ଦୀପ ପ୍ରଜ୍ୱଳନ କରିଥିଲେ । ଠିକ୍ ଏତିକି ବେଳେ ହିଁ ମଞ୍ଚ ଉପରେ ଅଚେତ ହୋଇଯାଇଥିଲେ ଗୁରୁ ଶ୍ରୀଗଣେଶନ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପ୍ରେକ୍ଷାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ