Masthead

ପଞ୍ଜାବରେ ମାର୍ଚ୍ଚ ୨୦ ଯାଏ ଇଣ୍ଟରନେଟ ସେବା ବନ୍ଦ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ପଞ୍ଜାବରେ ମାର୍ଚ୍ଚ ୨୦ ଯାଏ ଇଣ୍ଟରନେଟ ସେବା ବନ୍ଦ । ଅମୃତପାଲ ସିଂ ଏବଂ ତାଙ୍କ ସମର୍ଥକଙ୍କ ଉପରେ କଟକଣା ପରେ ପଞ୍ଜାବର ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଶାନ୍ତି ବଜାୟ ରଖିବାକୁ ଏଡିଜିପି ଅର୍ପିତ ଶୁକ୍ଲା ଲୋକଙ୍କୁ ନିବେଦନ କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବର ଆଞ୍ଚଳିକ ପ୍ରାଧିକରଣରେ ଭଏସ କଲ, ବ୍ୟାଙ୍କିଙ୍ଗ ଏବଂ ମୋବାଇଲ ରିଚାର୍ଜ ବ୍ୟତୀତ ସମସ୍ତ ମୋବାଇଲ ଇଣ୍ଟରନେଟ ସେବା ସ୍ଥଗିତ ରଖାଯାଇଛି।

କୌଣସି ଅଘଟଣକୁ ଏଡାଇବା ପାଇଁ ପଞ୍ଜାବରେ ଇଣ୍ଟରନେଟ ସେବା ସ୍ଥଗିତ ରଖାଯାଇଛି। ପୋଲିସ ଏହାର କାର୍ଯ୍ୟ କରୁଛି ବୋଲି ଶୁକ୍ଲା କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଭାବେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାର ଉଦ୍ଦେଶ୍ୟ ନାଗରିକମାନଙ୍କୁ ବିଚଳିତ କରିବା ନୁହେଁ, ବରଂ ଆଇନ ଶୃଙ୍ଖଳା ବଜାୟ ରଖିବା। ବିଳମ୍ବିତ ରାତି ସୁଦ୍ଧା ପୋଲିସ ଜଳନ୍ଧରଠାରୁ ପ୍ରାୟ ୩୩ କିଲୋମିଟର ଦୂରରେ ଥିବା ସରିହିଂ ଗ୍ରାମରେ ଅମୃତପାଲଙ୍କୁ ଘେରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ