Masthead

କନ୍ଧମାଳ ଡିପିଏମଙ୍କ ଦାଦାଗିରି

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ ଆୟୁଷ ଡାକ୍ତରମାନେ ଜିଲ୍ଲା ପ୍ରକଳ୍ପ ପରିଚାଳକ ବା ଡିପିଏମଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି । ମାର୍ଚ୍ଚ ୨୦ରେ ୩୨ ଜଣ ଆୟୁଷ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସା   ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଡିପିଏମ ନବ ନିଯୁକ୍ତ ଡାକ୍ତରମାନଙ୍କୁ ଡାକ୍ତର ବୋଲି କହିବେ ନାହିଁ । ସମ୍ମାନ ଦେବେ ନାହିଁ । ନାଁ ଧରି ଡାକିବେ । ଡିପିଏମଙ୍କ କର୍ଯ୍ୟାଳୟକୁ ଆସିଲେ ମୋ ପାଇଁ ପାଣି ବୋତଲ ଆଣିବ । ମୋ ଚଷମା ଆଣିବ । ମୋ ରୁମର ଦୁଆର ଖୋଲିବ ଓ ବନ୍ଦ କରିବ ।

ମୁଁ ଯୁଆଡ଼େ କହିବି ମୋ ଗାଡ଼ିର ପଛ ସିଟରେ ବସି ଯିବ । ଯେଉଁଠି ଯାହା କହିବି ତାହା କରିବ । ଏହି ଡାକ୍ତରମାନେ ମାର୍ଚ୍ଚ ୬ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କିନ୍ତୁ ସେମାନଙ୍କୁ କର୍ତ୍ତବ୍ୟସ୍ଥଳରେ ଥଇଥାନ କରାଯିବା ପରିବର୍ତ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଫିସ କାର୍ଯ୍ୟରେ ଲଗାଯାଇଛି । ଯାହା ଆୟୁଷ ଡାକ୍ତରଙ୍କ କାର୍ଯ୍ୟ ନୁହେଁ । ମେଡ଼ିକାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ଏହି ଆୟୁଷ ଡାକ୍ତରମାନେ ଡିପିଏମଙ୍କ ଅଫିସରେ ବସି ବିଭିନ୍ନ ଖବର କାଗରେ ପ୍ରକାଶିତ ସ୍ୱାସ୍ଥ୍ୟବିଭାଗ ସମ୍ବନ୍ଧୀୟ ନୁ୍ୟଜ ଗୁଡ଼ିକ କାଟି ତାଙ୍କ ପାଖରେ ପୈଠ କରିବା ପାଇଁ ବାଧ୍ୟ କରୁଛନ୍ତି ।

ଏହି ଡାକ୍ତରମାନେ ସିଡିଏମଓଙ୍କୁ ଦେଇଥିବା ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଡିପିଏମ ସେମାନଙ୍କୁ ଧମକାଉଛନ୍ତି । କହୁଛନ୍ତି ମୋ ପାଖରେ ଯଥେଷ୍ଟ କ୍ଷମତା ଅଛି । ଚାକିରିରୁ ବହିଷ୍କାର କରିଦେବି । ଜୀବନକାଳ ମଧ୍ୟରେ ଆଉ କେଉଁଠି ଚାକିରି ପାଇବ ନାହିଁ । ନବନିଯୁକ୍ତ ଡାକ୍ତରମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି । ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବୋଲି ଚିଠିରେ ଉଲ୍ଲଖ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ