Masthead

ଟଙ୍କିକିଆ ଚାଉଳ ଏବେ ବି ଦିଅନ୍ତୁ, ଅମର କୌଣସି ଆପତ୍ତି ନାହିଁ : ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ବାହାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ୫-ଟି କହିଲାମାନେ ଶାସକ ଦଳ କେଉଁ ଦିଗକୁ ନେଇଯାଉଛନ୍ତି ମୁଁ ଜାଣି ପାରୁନି । ୫-ଟିର ସବୁ ଜାଗାରେ ଆବଶ୍ୟକତା କ’ଣ? ଜଣେ କହିଲେ ୫-ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା । ତା’ପରେ ଏବେ କହିଲେଣି ସିଏମଓ । ୫-ଟି ସିଏମଓ କେମିତି ହେଲା ? ଗୋଟେ ବିଚାରଧାରା ସିଏମଓ କେମିତି ହେବ ? ମୁଖ୍ୟମନ୍ତ୍ରୀଙ୍କ ଯଦି ସେ ଜଣେ ସଚିବ, ତେବେ ସେ ସିଏମଓର ଜଣେ କର୍ମଚାରୀ ହୋଇପାରନ୍ତି । ସିଏମଓ କେମିତି ହେବେ ?

ମାନ୍ୟବର ସଦସ୍ୟ କହିଲେ ସେ କ୍ରୀତଦାସ । ନବରଙ୍ଗପୁରରେ ଦ୍ୱାରପାଳ ହୋଇଥିଲେ । ଜଣେ ବିଧାୟକ ବିଧାୟକର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ତାଙ୍କ ବାପା ଜଣେ ସ୍ୱାଭିମାନର ପ୍ରତୀକ ଥିଲେ । ସେ ଯେଉଁଭଳି ଭାବରେ କ୍ରୀତଦାସ କହିଲେ? ସେ ଲୋକଙ୍କ ପ୍ରତିନିଧି । ଲୋକଙ୍କ କଥା ଆମେ ଉଠାଇବୁ । କ୍ରୀତଦାସ କେମିତି ହେବୁ ? କ୍ରୀତଦାସ ପ୍ରଥା ଭାରତ ବର୍ଷରୁ କେବେଠାରୁ ଉଠି ଗଲାଣି । ବିଶ୍ୱରୁ ଉଠିଗଲାଣି । ଗୋତି ପ୍ରଥା, କ୍ରୀତଦାସ ପ୍ରଥା କେବେଠୁ ଉଠି ଗଲାଣି । ସେ କେମିତି କ୍ରୀତଦାସ କଥା ଉଠାଇଲେ?

ଏ ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲି । ଯାହା ଅଧା ରହିଯାଇଛି । ସେମାନେ ଜାଣିଥିଲେ ଏହି ପ୍ରସଙ୍ଗ ଉଠିବ । ତେଣୁ ଚାଉଳ କଥା ଉଠାଇଲେ । ସେଥିପାଇଁ ବାଧା ଦିଆଗଲା । ସେମାନେ ଚାଉଳ ଦେଉଥିଲେ । ତାଙ୍କୁ କିଏ ଚାଉଳ ଦେବାକୁ ମନାକଲା । ବନ୍ୟା, ବାତ୍ୟା ସବୁବେଳେ ଦିଆଯିବ ସେମିତି ମାନେ ନାହିଁ । କୋଭିଡଜନିତ ରିଲିଫ ଥିଲା, ତାହା କମେଇକି ଦିଆଯାଉଛି । ଓଡିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ, ଟଙ୍କିକିଆ ଚାଉଳ ଦେଉଥିଲେ ଏବେବି ଦିଅନ୍ତୁ । ଅମର କୌଣସି ଆପତ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି