Masthead

ଦୋନୋ ଦୋ ନମ୍ବରି ହାଜିର ହୋ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଇଡି ପାଖରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା । ଆଜି ତାଙ୍କୁ ହଜାର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଜେରା ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ କ୍ୟାବିନେଟର କିଛି ମନ୍ତ୍ରୀ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି । ୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା ।

ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା । ଚଳିତବର୍ଷ ଫେବୃଆରୀରେ ଗିରଫ ହୋଇଥିଲେ ମନୀଷ ସିଶେଶଦିଆ । ସେପଟେ ଟିଏମସି ଲୋକସଭା ସାଂସଦ ମହୁଆ ମୋଇତ୍ରଙ୍କୁ ମଧ୍ୟ ଦୁଇଟି ପୃଥମ ମାମଲାରେ ପଚରାଯାଇ ପାରେ । ଅନ୍ୟପଟେ ବିଜେପି ଉଭୟ ବିରୋଧୀ ଦଳର ନେତାଙ୍କ ଉପରେ ଟାର୍ଗେଟ କରିଛି।

କେବଳ ଏତିକି ନୁହେଁ ତାଙ୍କୁ ଦୁଇ ନମ୍ବର ବୋଲି ମଧ୍ୟ କୁହାଯାଇଛି। ଉତ୍ତରାଖଣ୍ଡ ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଅରବିନ୍ଦ କେଜ୍ରିୱାଲ ଏବଂ ମହୁଆ ମୋଇତ୍ରଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁଇ ନମ୍ବର ବୋଲି କହିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ନଭେମ୍ବର ୨ ରେ ଦୁଇ ଜଣ ଦୁଇ ନମ୍ବର ହାଜିର ହେବେ । ଦିଲ୍ଲୀର ମଦ ଦୁର୍ନୀତିକୁ ନେଇ ବିଜେପି ଦୀର୍ଘ ଦିନ ଧରି କେଜ୍ରିୱାଲଙ୍କୁ ଟାର୍ଗେଟ କରିଆସୁଥିଲା, ମହୁଆ ମଧ୍ୟ ଏହାର ଟାର୍ଗେଟରେ ରହିଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ଯାଇଛି ୭ ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି..