Masthead

ଦୋନୋ ଦୋ ନମ୍ବରି ହାଜିର ହୋ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଇଡି ପାଖରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା । ଆଜି ତାଙ୍କୁ ହଜାର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଜେରା ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ କ୍ୟାବିନେଟର କିଛି ମନ୍ତ୍ରୀ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି । ୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା ।

ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା । ଚଳିତବର୍ଷ ଫେବୃଆରୀରେ ଗିରଫ ହୋଇଥିଲେ ମନୀଷ ସିଶେଶଦିଆ । ସେପଟେ ଟିଏମସି ଲୋକସଭା ସାଂସଦ ମହୁଆ ମୋଇତ୍ରଙ୍କୁ ମଧ୍ୟ ଦୁଇଟି ପୃଥମ ମାମଲାରେ ପଚରାଯାଇ ପାରେ । ଅନ୍ୟପଟେ ବିଜେପି ଉଭୟ ବିରୋଧୀ ଦଳର ନେତାଙ୍କ ଉପରେ ଟାର୍ଗେଟ କରିଛି।

କେବଳ ଏତିକି ନୁହେଁ ତାଙ୍କୁ ଦୁଇ ନମ୍ବର ବୋଲି ମଧ୍ୟ କୁହାଯାଇଛି। ଉତ୍ତରାଖଣ୍ଡ ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଅରବିନ୍ଦ କେଜ୍ରିୱାଲ ଏବଂ ମହୁଆ ମୋଇତ୍ରଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦୁଇ ନମ୍ବର ବୋଲି କହିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ନଭେମ୍ବର ୨ ରେ ଦୁଇ ଜଣ ଦୁଇ ନମ୍ବର ହାଜିର ହେବେ । ଦିଲ୍ଲୀର ମଦ ଦୁର୍ନୀତିକୁ ନେଇ ବିଜେପି ଦୀର୍ଘ ଦିନ ଧରି କେଜ୍ରିୱାଲଙ୍କୁ ଟାର୍ଗେଟ କରିଆସୁଥିଲା, ମହୁଆ ମଧ୍ୟ ଏହାର ଟାର୍ଗେଟରେ ରହିଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା