Masthead

ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଠ୍ୟପୁସ୍ତକ ତ୍ରୁଟି, ସିଏମଙ୍କ ବଡ଼ ଆକ୍ସନ। ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଆକ୍ସନ । କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ବିତ ।  ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ବି ନିଲମ୍ବିତ ।  ୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ବନ୍ଦିତା ପଟ୍ଟନାୟକ, ମାନସ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।  ପ୍ରଶାନ୍ତ ସାହୁ, ମାନସ ନାୟକ, ସୁଦର୍ଶନ ସନ୍ତରାଙ୍କ ଉପରେ ଶୃଙ୍ଖଳାଗତ ଆକ୍ସନ ।  ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ।  ତା ସହ ପିଲାଙ୍କ ଶିକ୍ଷା ପାଇଁ କମିଟିର ୧୪ପ୍ରସ୍ତାବକୁ କାର୍ଯ୍ୟକାରୀ ପାଇଁ ଦେଲେ ନିର୍ଦ୍ଦେଶ ।

SCERTଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ କରାଯିବ, ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ କରାଯିବ, ଏସ୍ସିଇଆରଟିରେ କ୍ୱାଲିଟି ଆସୁରାନ୍ସ ସେଲ୍ ଗଠନ କରାଯିବକୁ ଥିବା ବେଳେ ଭବିଷ୍ୟତରେ କୌଣସି ପାଠ୍ୟପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଅନୁମତି ଆବଶ୍ୟକ ରହିବ । ତାପରେ ହିଁ ପ୍ରିଣ୍ଟିଙ୍ଗ ପ୍ରେସକୁ ପ୍ରଦାନ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ କିନ୍ତୁ ବିରୋଧୀ କି ସାଧାରଣରେ ଆଶ୍ୱସ୍ତି ଦେଇପାରି ନାହିଁ । କାହିଁକି ନା ଶୁକ୍ରବାରର କାର୍ଯ୍ୟନୁଷ୍ଟାନ ପୂର୍ବରୁ ସିଏମ ମୋହନଙ୍କ ବହିତ୍ରୁଟି ପଛରେ ଷଡଯନ୍ତ୍ର କଥା କହି ପ୍ରସଙ୍ଗକୁ ଉଷ୍ମ କରିଦେଇଥିଲେ । ଯାହାକୁ ନେଇ ତାହାର ତଦନ୍ତ କରିବାକୁ ସାଧାରଣରେ ସ୍ୱର ଉଠିବା ସହ ବିରୋଧୀ ସିବିଆଇ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଆସୁଛନ୍ତି । ତେବେ ଏହାରି ଭିତରେ ବର୍ତ୍ତିଯାଇଥିବା ବଡ ବାବୁ ମାନଙ୍କ ଉପରେ ଆକ୍ସନ କେବେ ଏବଂ ଷଡଯନ୍ତ୍ର ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କଣ ତାହାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ