Masthead

ବିଧାନସଭାରେ ଶାସକ-ବିରୋଧୀ କଥା କଟାକଟି

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ଜଳ ଦିବସ । ପାଣିକୁ ନେଇ ବିଧାନସଭା ସରଗରମ । ଶାସକ-ବିରୋଧୀ କଥା କଟାକଟି । ପରସ୍ପରକୁ ଦୋଷ ଲଦାଲଦି । ବିଶ୍ୱ ଜଳ ଦିବସରେ ବିଧାନସଭାରେ ଉଠିଲା ମହାନଦୀ ପ୍ରସଙ୍ଗ । ମହାନଦୀକୁ ନେଇ ଓଡ଼ିଶା ପ୍ରତି ଅବିଚାର କରୁଛି କିଏ? କେନ୍ଦ୍ର ସରକାର ଆଉ କିଏ ନାରାରେ ଗୃହକୁ କମ୍ପାଇଲେ ଶାସକ ସଦସ୍ୟ। ୟୁପିଏ ଓ ଏନ୍ଡିଏ ଗୋଟିଏ ମୂର୍ଦ୍ଧାର ଦୁଇଟି ପାର୍ଶ୍ଵ କହି କଟାକ୍ଷା କଲେ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର । କହିଲେ ମହାନଦୀ ଓଡ଼ିଶାର ଲାଇଫ ଲାଇନ୍ । ୧୬ ଜିଲ୍ଲାର ଅଢେଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ଅଣମୌସୁମୀରେ ମହାନଦୀ ଶୁଖିଲା ପଡୁଛି । ଛତିଶଗଡ଼ରେ ସରକାର ବଦଳିବା ପରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନି । କେନ୍ଦ୍ର ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ଗୃହରେ ସେ ରୁଲିଙ୍ଗି ଦାବି କରିଥିଲେ । ତାଙ୍କୁ ସମର୍ଥନ କରିଥିଲେ ଶାସକ ଦଳର ସଦସ୍ୟ ।

ବିଜେଡିକୁ ଜବାବ ଦେଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ ଜଳ ପାଇଁ ଯଦି ସରକାରଙ୍କ ଏତେ ଦରଦ, ତେବେ ଅନ୍ୟ ଫୋରମରେ ଆଲୋଚନା କରନ୍ତୁ । ଜଳ ତ ସରକାର ସଂରକ୍ଷଣ କରିପାରିନାହାନ୍ତି। ବିଧାନସଭାରେ ବାହାବାହା ମାରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ସରକାର ବୋଧେ ଚାହୁଁନାହାନ୍ତି । ତେଣେ ମହାନଦୀ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ଆଉ ବର୍ଷେ ନଅ ମାସ ବଢିଛି । କେନ୍ଦ୍ରଙ୍କୁ ଚିଠି ଲେଖି ଟ୍ରିବ୍ୟୁନାଲ ଅବଧି ୩ବର୍ଷ ବଢାଇବାକୁ ଅନୁରୋଧ କରିଥିଲେ ଓଡ଼ିଶା ଓ ଛତିଶଗଡ଼ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ