ପଞ୍ଜାବ କଂଗ୍ରେସରେ ଦେଖାଦେଲା ନୂଆ ସଙ୍କଟ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ପଞ୍ଜାବରେ ଦଳୀୟ କନ୍ଦଳ ସମାପ୍ତ ହୋଇଥିଲା ବୋଲି ଅନୁମାନ କରାଯାଉଥିଲା । ହେଲେ ଏହା କେବଳ କିଛି ସମୟ ପାଇଁ ରହିଥିଲା । କାହିଁକିନା ଗତକାଲି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ନାମ ଘୋଷଣା ହେବା ପରେ ଦଳକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ପ୍ରଭାରୀ ହରିଶ ରାୱତ । ତେବେ ପଞ୍ଜାବରେ ଆଗାମୀ ବିଧାନସଭା ନିର୍ମାଚନରେ କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କ ନେତୃତ୍ୱରେ ଲଢିବ । ଏହା ସହିତ ସିଦ୍ଧୁ ବହୁତ ଲୋକପ୍ରିୟ ବୋଲି ରାୱତ କହିଥିଲେ । ଏକଥା ସାମ୍ନାକୁ ଆସିବା ପରେ ପୁଣି ଥରେ ସାରା ଦେଶରେ ପଞ୍ଜାବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ହେଲେ ହରିଶ ରାୱତଙ୍କ କଥାକୁ ସହଜରେ ହଜମ କରିପାରିନଥିଲେ ପଞ୍ଜାବର ବରିଷ୍ଠ ନେତା ସୁନୀଲ ଜାଖଡ଼ । ହରିଶଙ୍କ ଏଭଳି ମନ୍ତବ୍ୟକୁ ସେ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଅଧିକାରକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଛି ବୋଲି ଜାଖଡ଼ ସିଧାସଳଖ ରାୱତଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହିତ ଏହି ବୟାନ ଚରଣଜିତ ସିଂହ ଚନ୍ନିଙ୍କ ନିଯୁକ୍ତି ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି କରୁଛି । କେବଳ ଏତିକି ନୁହେଁ ବରଂ ଏହି ବାକଯୁଦ୍ଧରେ ବରିଷ୍ଠ କଂଗ୍ରେସ ନେତା ହରମିନ୍ଦର ସିଂହ ଗିଲ ମଧ୍ୟ ଡ଼େଇଁପଡ଼ିଛନ୍ତି । ଚରଣଜିତ ସିଂହଙ୍କୁ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ କରିଛନ୍ତି । ହରିଶ ରାୱତ କେବଳ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସାର୍ବଜନୀନ କରିଥିଲେ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ