Masthead

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର । ଏନକାଉଣ୍ଟରରେ ଆହତ ହୋଇଛି ଅପରାଧୀ ଜିତୁ ପଲେଇ। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ବାମ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।

ଜିତେନ୍ଦ୍ର ପଲେଇଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଖାରବେଳନଗର ଥାନାରେ ତାଙ୍କ ନାଁରେ ବୋମିଂ, ହତ୍ୟା ଉଦ୍ୟମ, ଅପହରଣ ଭଳି ଅପରାଧିକ ମାମଲା ରହିଛି । ସୂଚନା ମୁତାବକ ରାତି ପ୍ରାୟ ସାଢେ ଗୋଟେ ସମୟରେ ଭୁବନେଶ୍ୱରରେ ଥିବା ପୁଲିସ ସୂଚନା ପାଇଥିଲା । ଟଙ୍କପାଣି ରୋଡ ନିକଟରେ ଅଭିଯୁକ୍ତ ଜିତେନ୍ଦ୍ର ପଲେଇ ଏକ କାରରେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଭୁବନେଶ୍ୱର ଭିତରକୁ ପଶୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ସେ ପୁଲିସକୁ ଚକମା ଦେଇ ବାଙ୍କୁଆଳ ଆଡକୁ ପଳାଇ ଯିବାକୁ ଚେଷ୍ଟା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ