Masthead

ପରମାଣୁ ଧମକ ଦେଲେ ଦିମିତ୍ରି ମେଦବେଦବ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଏବେବି ଋଷିଆ-ୟୁକ୍ରେନରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ଆହୁରି ଲମ୍ବା ଚାଲିବ । ଗୋଟେ ପଟେ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ବିଶ୍ୱସ୍ତରରେ ଅପିଲ କରାଯାଉଛି । କିନ୍ତୁ ଅନ୍ୟପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆହୁରି ୪ ଲକ୍ଷ ସୈନ୍ୟଙ୍କୁ ନିୟୋଜିତ କରିବାକୁ ଯାଉଛନ୍ତି । ଏମାନଙ୍କୁ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେବାକୁ ଋଷ ଯୋଜନା କରିଛି । ତେବେ ଏଭଳି ଏକ ରିପୋର୍ଟ ଆସିବା ପରେ ବିଶ୍ୱସ୍ତରରେ ଚିନ୍ତା ବଢି ଯାଇଛି । ସେପଟେ ଯୁଦ୍ଧକୁ ୧ ବର୍ଷରୁ ଅଧିକ ସମୟ ହେଲାଣି । କିନ୍ତୁ ଆଲୋଚନା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରୁନାହିଁ ।

ଅନ୍ୟପକ୍ଷରେ ଋଷ ନିଜ ଜିଦରେ ଅଟଳ ରହିଛିା ଏବଂ ୟୁକ୍ରେନର ଅନେକ ସହର ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ଋଷ ସେନାର ଘନଘନ ଆକ୍ରମଣ, ମିସାଇଲ ମାଡ଼ ଫଳରେ ସମଗ୍ର ୟୁକ୍ରେନ ଧୂଳିସାତ ହୋଇଯାଇଛି । ତଥାପି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନାଟୋ ସଦସ୍ୟତା ହାସଲ ଜିଦରୁ ଓହରିନାହାନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ ପରମାଣୁ ଧମକ ଦେଇଥିବା ସୂଚନା ଦେଇଛନ୍ତି । ଦିମିତ୍ର କହିଛନ୍ତି, ଯଦି ୟୁକ୍ରେନ ପକ୍ଷରୁ କ୍ରମିୟାକୁ କବଜା କରିାବାକୁ ଚେଷ୍ଟା କରାଗଲା, ତେବେ ପରମାଣୁ ଆକ୍ରମଣ ଜରିଆରେ ଏହାର ଜବାବ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ