Masthead

ଚନ୍ଦ୍ରକୁ ଜଳ ଆସିଲା କେମିତି, କେଉଁଠି ଗଚ୍ଛିତ ଅଛି?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚନ୍ଦ୍ରରେ ଜଳ ଅଛି, ସମସ୍ତେ ଜାଣନ୍ତି । କିନ୍ତୁ ସେଠାରେ ଜଳ ଆସିଲା କେମିତି, କେଉଁଠି ଗଚ୍ଛିତ ଅଛି ଏବଂ ଏହାର ଗତି କେମିତି? ଏହାର ଏକ ଅଧ୍ୟୟନରେ ଚୀନର ବୈଜ୍ଞାନିକମାନେ ଚନ୍ଦ୍ର ମାଟିରେ ସୂକ୍ଷ୍ମ ଜଳ ବୁନ୍ଦା ଚିହ୍ନଟ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କାଚ ବୁନ୍ଦା ବୋଲି କହିଛନ୍ତି । ଚନ୍ଦ୍ର ପୃଷ୍ଠରେ ଗ୍ରହାଣୁ ମାଡ ହେବା ଦ୍ୱାରା ଜଳର ଏହି ସୂକ୍ଷ୍ମ ବୁନ୍ଦା ସୃଷ୍ଟି ହୋଇଥିବା ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଚନ୍ଦ୍ର ପୃଷ୍ଠର ୪୦ ଫୁଟ ଉଚ୍ଚରେ ୨୭୦ ଟ୍ରିଲିୟନ କିମୋଗ୍ରାମରୁ ଅଧିକ ଜଳ ଗଚ୍ଛିତ ଥିବା କୁହାଯାଉଛି । ୧୯୭୦ ମସିହା ପରେ ପୃଥିବୀକୁ ଫେରିଥିବା ପ୍ରଥମ ଚନ୍ଦ୍ର ମାଟି ନମୁନାକୁ ବୈଜ୍ଞାନିକମାନେ ବିଶ୍ଲେଷଣ କରିଥିଲେ ।

ଚନ୍ଦ୍ରମେରୁ ବାହ୍ୟ ଅଞ୍ଚଳ, ଯେଉଁଠି ଜଳ ବରଫ ରୂପେ ଥାଇପାରେ । ଚନ୍ଦ୍ରର ପୃଷ୍ଠରେ ଜଳଚକ୍ର ତିଷ୍ଠିବାକୁ ହେଲେ, ଚନ୍ଦ୍ର ମାଟିର ଗଭୀରରେ ହାଇଡ୍ରେଟେଡ୍ ଲେୟାର ରହିବା ଉଚିତ୍ । ଚନ୍ଦ୍ର ମାଟିରେ ଜଳର ଉପସ୍ଥିତି ସମ୍ପର୍କରେ ଅନେକ ଅଧ୍ୟୟନ ସତ୍ତ୍ୱେ ଚୂଡ଼ାନ୍ତ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ ବୈଜ୍ଞାନିକମାନେ ଜଳଭଣ୍ଡାର ଚିହ୍ନଟ ଲାଗି ଗ୍ରହାଣୁର ପ୍ରଭାବ ଯୋଗୁଁ ସୃଷ୍ଟ ଜଳ ବୁନ୍ଦାଗୁବଡ଼ିକୁ ପୁଣି ଯାଞ୍ଚ କରିଥିଲେ । ଏହି ସୂକ୍ଷ୍ମ ଜଳ ବୁନ୍ଦା ପର୍ଯ୍ୟାପ୍ତ ମାତ୍ରାରେ ପାଣି ପାଇଛନ୍ତି । ଏହି ଯାଞ୍ଚରେ ସାମିଲ ଚନ୍ଦ୍ର ମାଟି ନମୁନାକୁ ଚୀନର ଚାଙ୍ଗ’ଇ-୫ ମିଶନ ସଂଗ୍ରହ କରିଥିଲା । ପୃଥିବୀକୁ ମୁହାଁଇଥିବା ଚନ୍ଦ୍ରର ଉତ୍ତର-ପଶ୍ଚିମ କୋଣରେ ଏହି ଯାନ ଅବତରଣ କରିଥିଲା । ଚନ୍ଦ୍ର ମାଟି ତଳ ରିଗୋଲିଥରୁ ନମୁନା ସଂଗ୍ରହ କରି ୨୦୨୦ରେ ଫେରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି