Masthead

ଚନ୍ଦ୍ରକୁ ଜଳ ଆସିଲା କେମିତି, କେଉଁଠି ଗଚ୍ଛିତ ଅଛି?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚନ୍ଦ୍ରରେ ଜଳ ଅଛି, ସମସ୍ତେ ଜାଣନ୍ତି । କିନ୍ତୁ ସେଠାରେ ଜଳ ଆସିଲା କେମିତି, କେଉଁଠି ଗଚ୍ଛିତ ଅଛି ଏବଂ ଏହାର ଗତି କେମିତି? ଏହାର ଏକ ଅଧ୍ୟୟନରେ ଚୀନର ବୈଜ୍ଞାନିକମାନେ ଚନ୍ଦ୍ର ମାଟିରେ ସୂକ୍ଷ୍ମ ଜଳ ବୁନ୍ଦା ଚିହ୍ନଟ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କାଚ ବୁନ୍ଦା ବୋଲି କହିଛନ୍ତି । ଚନ୍ଦ୍ର ପୃଷ୍ଠରେ ଗ୍ରହାଣୁ ମାଡ ହେବା ଦ୍ୱାରା ଜଳର ଏହି ସୂକ୍ଷ୍ମ ବୁନ୍ଦା ସୃଷ୍ଟି ହୋଇଥିବା ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଚନ୍ଦ୍ର ପୃଷ୍ଠର ୪୦ ଫୁଟ ଉଚ୍ଚରେ ୨୭୦ ଟ୍ରିଲିୟନ କିମୋଗ୍ରାମରୁ ଅଧିକ ଜଳ ଗଚ୍ଛିତ ଥିବା କୁହାଯାଉଛି । ୧୯୭୦ ମସିହା ପରେ ପୃଥିବୀକୁ ଫେରିଥିବା ପ୍ରଥମ ଚନ୍ଦ୍ର ମାଟି ନମୁନାକୁ ବୈଜ୍ଞାନିକମାନେ ବିଶ୍ଲେଷଣ କରିଥିଲେ ।

ଚନ୍ଦ୍ରମେରୁ ବାହ୍ୟ ଅଞ୍ଚଳ, ଯେଉଁଠି ଜଳ ବରଫ ରୂପେ ଥାଇପାରେ । ଚନ୍ଦ୍ରର ପୃଷ୍ଠରେ ଜଳଚକ୍ର ତିଷ୍ଠିବାକୁ ହେଲେ, ଚନ୍ଦ୍ର ମାଟିର ଗଭୀରରେ ହାଇଡ୍ରେଟେଡ୍ ଲେୟାର ରହିବା ଉଚିତ୍ । ଚନ୍ଦ୍ର ମାଟିରେ ଜଳର ଉପସ୍ଥିତି ସମ୍ପର୍କରେ ଅନେକ ଅଧ୍ୟୟନ ସତ୍ତ୍ୱେ ଚୂଡ଼ାନ୍ତ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ ବୈଜ୍ଞାନିକମାନେ ଜଳଭଣ୍ଡାର ଚିହ୍ନଟ ଲାଗି ଗ୍ରହାଣୁର ପ୍ରଭାବ ଯୋଗୁଁ ସୃଷ୍ଟ ଜଳ ବୁନ୍ଦାଗୁବଡ଼ିକୁ ପୁଣି ଯାଞ୍ଚ କରିଥିଲେ । ଏହି ସୂକ୍ଷ୍ମ ଜଳ ବୁନ୍ଦା ପର୍ଯ୍ୟାପ୍ତ ମାତ୍ରାରେ ପାଣି ପାଇଛନ୍ତି । ଏହି ଯାଞ୍ଚରେ ସାମିଲ ଚନ୍ଦ୍ର ମାଟି ନମୁନାକୁ ଚୀନର ଚାଙ୍ଗ’ଇ-୫ ମିଶନ ସଂଗ୍ରହ କରିଥିଲା । ପୃଥିବୀକୁ ମୁହାଁଇଥିବା ଚନ୍ଦ୍ରର ଉତ୍ତର-ପଶ୍ଚିମ କୋଣରେ ଏହି ଯାନ ଅବତରଣ କରିଥିଲା । ଚନ୍ଦ୍ର ମାଟି ତଳ ରିଗୋଲିଥରୁ ନମୁନା ସଂଗ୍ରହ କରି ୨୦୨୦ରେ ଫେରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !