କୋଇଡ଼ା ବିଡିଓଙ୍କ ବାପା ଗିରଫ

କୋଇଡ଼ା(ବଡ଼ ଖବର ବ୍ୟୁରୋ): କୋଇଡ଼ା ବିଡିଓଙ୍କ ବାପା ଗିରଫ । ବଡିଓ ଥିବା ଝିଅକୁ ମାଡ଼ ମାରିବା ଅଭିଯୋଗରେ ବାପା ରମେଶ ଚନ୍ଦ୍ର ରାଜ ଗିରଫ । ଏସମ୍ପର୍କରେ ସୂଚନା ଦେଲେ ରାଉରକେଲା ଏସ୍ପି ମୁକେଶ ଭାମୁ । ୩୪୧, ୩୦୭, ୫୦୬, ୩୮୪, ୩୪ ଆଇପିସି ଧାରାରେ ଗିରଫ ହେଲେ ରମେଶ ଚନ୍ଦ୍ର ରାଜ । ବିଡିଓ ସମେତ ସହକାରୀ ଯନ୍ତ୍ରୀଙ୍କୁ ବିଡିଓ ଙ୍କ ବାପା ଓ ଭାଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେଇଥିଲେ ବିଡିଓ ।

ଗତକାଲି ରାତି ୧୦ ଟା ସମୟରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବାସଗୃହରେ ତାଙ୍କର ବାପା ଓ ଭାଇ ଅଚାନକ ଆସି ମାଡ଼ ମାରିଥିଲେ ଏବଂ ବଞ୍ଚାଇବା ପାଇଁ ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଶେକ ପାଣିଗ୍ରାହୀ ଆସିଲା ବେଳକୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏତଲା ଆଧାରରେ ବାପା ଙ୍କୁ ଗିରଫ କରିଛି କୋଇଡା ପୋଲିସ୍, ଅନ୍ୟପଟେ ଭାଇ ସଂଗ୍ରାମ ଫେରାର୍ ରହିଛନ୍ତି । କୋଇଡା ବିଡ଼ିଓଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ତାଙ୍କ କ୍ବାର୍ଟର ଯାଇ ଚିକିତ୍ସିତ ପରେ କଟକ ବଡ ମେଡିକାଲ୍ ସ୍ଥାନାନ୍ତରିତ କରିଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଙ୍କୁ କୋଇଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’