ଦୁର୍ବଳ ହେବାକୁ ବସିଲାଣି ତାରପୁର ନଦୀବନ୍ଧ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଦୁର୍ବଳ ହେବାକୁ ବସିଲାଣି ତାରପୁର ନଦୀବନ୍ଧ। ପ୍ରତ୍ୟକ ବର୍ଷ ନଦୀରେ ବନ୍ୟା ଆସିବାରୁ ନଦୀ ବନ୍ଧ ଅତଡ଼ା ଖାଇ ନଷ୍ଟ ହୋଇ ଗଲାଣି। ଏବାବଦରେ ଜଳ ସମ୍ପଦ ବିଭାଗକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ନୀରବ। ପ୍ରତ୍ୟେକ ଦିନ ଏହି ନଦୀ ବନ୍ଧ ଅତଡ଼ା ଖଉଥିବା ବେଳେ ଭୟରେ ପଞ୍ଚାୟତ ବାସି। ଏ ହେଉଛି ଜଗତସିଂହପୁର ଜିଲ୍ଲା ତାରପୁର ମହାନଦୀ ନଦୀ ବନ୍ଧର ଦୃଶ୍ୟ। ପ୍ରତି ମୁହୂର୍ତ୍ତରେ ପଞ୍ଚାୟତ ବାସୀଙ୍କ ପାଇଁ ବିପଦ ଛିଡ଼ା ହୋଇଛି।

ନଦୀରେ ପାଣିର ସ୍ରୋତ ଥିବାରୁ ପ୍ରତ୍ୟେକ ଦିନ ଅତଡ଼ା ଖାଇବାକୁ ଲାଗିଲାଣି। ନଦୀ ବନ୍ଧ କଡ଼ରୁ ୫୦ ମିଟର ଅତଡ଼ା ଖାଇସାରିଲାଣି । ଯାହା ଦ୍ଵାରା ପୂରା ପଞ୍ଚାୟତବାସୀ ଏବେ ଭୟରେ ଜୀବନ ଅତି ବାହିତ କରୁଛନ୍ତି। ପାଖରେ ଥିବା ମନ୍ଦିର ଆଉ ସ୍କୁଲ ପ୍ରତି ବିପଦ ସୃଷ୍ଟି ହେଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନ ଥିବା କହିଛନ୍ତି ଗ୍ରାମବାସୀ। ଏହି ନଦୀ ବନ୍ଧ ଦୀର୍ଘ ଦିନ ହେବ ଏମିତି ବିପଦ ସଙ୍କୁଳ ଅବସ୍ଥାରେ ଗତି କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ