ଆଜିଠୁ ଆଇପିଏଲ୍, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଜିଟି-ସିଏସକେ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଆଜିଠୁ ଆଇପିଏଲ୍ ମହାସମର । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ । ସ୍ଲାମବାଙ୍ଗ୍ କ୍ରିକେଟର ସବୁଠାରୁ ଗ୍ଲାମରସ୍ ଇଭେଂଟ୍ ଆଇପିଏଲର ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର । ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ଯ୍ୟନ୍ତ ୭୦ ଲିଗ ସହିତ ମୋଟ ୭୪ଟି ମ୍ୟାଚ ହେବ । ୧୮ଟି ଡବଲ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ଲେଖାଏଁ ମ୍ୟାଚ ରହିଛି । ଦୁଇଟି ଗ୍ରୁପରେ ୫ଟି ଲେଖାଏଁ ୧୦ଟି ଟିମ୍ ରହିଛନ୍ତି ।

ଗ୍ରୁପ ଏରେ ମୁମ୍ବାଇ ଇଣ୍ଡିଆନସ , କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲସ୍, ଦିଲ୍ଲୀ କ୍ୟାପିଟାଲସ୍ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ରହିଥିବାବେଳେ ଗ୍ରୁପ ବିରେ ରହିଛନ୍ତି ଚେନ୍ନାଇ ସୁପରକିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ପଂଜାବ କିଙ୍ଗସ ଓ ଗୁଜରାଟ ଟାଇଟାନସ୍ । ଆଜି ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଗତ ଥରର ବିଜେତା ଗୁଜରାଟ ଟାଇଟାନସ ଓ ଚେନ୍ନାଇ ସୁପରକିଙ୍ଗସ । ସନ୍ଧ୍ୟା ସାଢେ ୭ଟାରେ ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ । ମେ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ