Before Header

ବଳଙ୍ଗା ଥାନାରେ ବିସ୍ଫୋରଣ

0 58

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା । ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫାରଣର କାରଣ ଅସ୍ପଷ୍ଟ । ଭୁଶୁଡିଲା  ଥାନାର ଛାତ । ଗୃହ ଭିତରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସମେତ କମ୍ପ୍ୟୁଟର ଟେବୁଲ ଚେୟାର। ପିପିଲି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସଡିପିଓ କହିଛନ୍ତି । ଥାନାରେ ଜବତ ହୋଇ ରହିଥିବା ବାଣ କିମ୍ବା ବ୍ୟବହାର ହେଉଥିବା ବ୍ୟାଟେରୀ ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବଶେଷ କ୍ଷତି ହୋଇନଥିବା ବେଳେ ଆଖ ପାଖ ଗ୍ରାମବାସୀ ଭୟଭୀତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.