Masthead

ରୁଷିଆରେ ସୈନ୍ୟ ସଙ୍କଟ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଯୁକ୍ରେନ ସହ ରୁଷିଆ ଦୀର୍ଘ ଦିନ ଧରି ଚଳାଇଛି ସଂଘର୍ଷ । ୟୁକ୍ରେନର ଆକ୍ରମଣରେ ରୁଷିଆର ବହୁତ ସୈନ୍ୟ ପ୍ରାଣ ହରାଇଲଣି । ବିଶେଷ କରି ସ୍ଥଳ ସେନା ଏକ ପ୍ରକାରର ଖାଲି ହୋଇ ଗଲାଣି । ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବାରୁ ରୁଷିଆରେ ଦେଖା ଦେଇଛି ସୈନ୍ୟ ସଙ୍କଟ । ୟୁକ୍ରେନକୁ ମୁକାବିଲା କରିବା ପାଇଁ ରୁଷିଆ ନିକଟରେ ସୈନ୍ୟ ନଥିବାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚିନ୍ତା ବଢି ଯାଇଛି । ଏହି ଅଭାବ ପୂରଣ କରିବା ପାଇଁ ରୁଷିଆ ଉତ୍ତର କୋରିଆର ସହଯୋଗ ଲୋଡିଛି । ରୁଷିଆର ପାରମ୍ପରିକ ବନ୍ଧୁ ଉତ୍ତର କୋରିଆ ସହଯୋଗର ହାତ ବଢାଇଛି ।

ରୁଷିଆକୁ ୫୦ ହଜାର ସୈନ୍ୟ ଉତ୍ତରକୋରିଆ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଉତ୍ତରକୋରିଆ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛି । ଆଉ ରୁଷିଆକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଆସୁଛି । ରୁଷିଆ ସପକ୍ଷରେ ଯୁଦ୍ଧ କରିବା ପାଇଁ ଉତ୍ତରକୋରିଆ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲା । ବନ୍ଧୁ ରାଷ୍ଟ୍ର ପାଇଁ ଯୁଦ୍ଧ କରି ଜୀବନ ଦେବାକୁ ଉତ୍ତରକୋରିଆର ସ୍ୱଚ୍ଚେସେବୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଏମାନଙ୍କ ମଧ୍ୟରୁ ବଛା ବଛା ୫୦ ହଜାରଙ୍କୁ ରୁଷିଆ ପଠାଯିବ । ଆବଶ୍ୟକ ପଡିଲେ ପର୍ଯ୍ୟାୟ କ୍ରମେ ଅନ୍ୟମାନେ ଯିବେ । ଖାଲି ସୈନ୍ୟ ନୁହେଁ । ରୁଣିଆକୁ ଉତ୍ତର କୋରିଆ ଯୋଗାଇ ଆସୁଛି ସାମରିକ ଅସ୍ତ୍ରଶସ୍ତ୍ର । ଏସର୍ମ୍ପକରେ ଆମେରିକା ଅଭିହୋଗ କରିବା ପରେ ରୁଷିଆ ଓ ଉତ୍ତର କୋରିଆ ଅଭିଯୋଗ ମଥ୍ୟା ବୋଳି କହିଥିଲେ । ଏବେ ଉତ୍ତରକୋରିଆ ରୁଷିଆକୁ ୫୦ ହଜାର ସୈନ୍ୟ ପଠାଉଥିବାରୁ ଆମେରିକାର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ