ସାନଭଉଣୀର ଚିକିତ୍ସା ଲାଗି ବଡ଼ଭଉଣୀର ଆକୁଳ ନିବେଦନ

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ): ବାଟ ହୁଡ଼ୁଛି ସରକାରୀ ଯୋଜନା । ବାଦ୍ ପଡ଼ୁଛନ୍ତି ଯୋଗ୍ୟ ହିତାଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଞ୍ଚାୟତ କାଚପାଚୁ ଗାଁର ଶ୍ରୀମୟୀ ବେହେରା ଅଜଣା ରୋଗରେ ଆକ୍ରାନ୍ତ । ବାପା ମା’ ଛେଉଁଣ୍ଡ ଝିଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ବଡ଼ ଭଉଣୀ ଅନ୍ନପୂର୍ଣ୍ଣା ପରଘରେ ମୂଲ ଲାଗି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ଟଙ୍କା କେଉଁଠୁ ଆସିବ ଯେ ଭଉଣୀର ଚିକିତ୍ସା କରିବେ ଅନ୍ନପୂର୍ଣ୍ଣା ।

ଦୀର୍ଘ ୮ବର୍ଷ ପୂର୍ବେ ଆଗପଛ ହୋଇ ବାପା ମା’ ଦୁହେଁ ଆରପାରିକୁ ଚାଲିଯିବା ପରେ ଅନ୍ନପୂର୍ଣ୍ଣାଙ୍କ ମୁଣ୍ଡରେ ପଡ଼ିଛି ପରିବାରର ବୋଝ । ସାନ ଭଉଣୀକୁ ମଣିଷ କରାଇବା ଲାଗି ନିଜ ପାଠପଢ଼ାରେ ଡୋରି ବାନ୍ଧିଥିଲେ ଅନ୍ନପୂର୍ଣ୍ଣା । ତେବେ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଛି । ଭଉଣୀ ରୋଗରେ ପଡ଼ିବା ଦିନଠାରୁ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଶ୍ରୀମୟୀଙ୍କ ଦେହ ଫୁଲିବାରେ ଲାଗିଛି । ଅନ୍ନପୂର୍ଣ୍ଣା ଶ୍ରୀମୟୀଙ୍କୁ ବୌଦ୍ଧ ଓ ଫୁଲବାଣୀ ମେଡିକାଲରେ ଚିକିତ୍ସା କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ସରକାରୀ ସହାୟତା ମିଳିଲେ ସେ ସୁସ୍ଥ ହେବା ସହ ପାଠ ପଢ଼ିପାରନ୍ତେ ବୋଲି କହିଛନ୍ତି ଅନ୍ନପୂର୍ଣ୍ଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’