Masthead

ସାନଭଉଣୀର ଚିକିତ୍ସା ଲାଗି ବଡ଼ଭଉଣୀର ଆକୁଳ ନିବେଦନ

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ): ବାଟ ହୁଡ଼ୁଛି ସରକାରୀ ଯୋଜନା । ବାଦ୍ ପଡ଼ୁଛନ୍ତି ଯୋଗ୍ୟ ହିତାଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଞ୍ଚାୟତ କାଚପାଚୁ ଗାଁର ଶ୍ରୀମୟୀ ବେହେରା ଅଜଣା ରୋଗରେ ଆକ୍ରାନ୍ତ । ବାପା ମା’ ଛେଉଁଣ୍ଡ ଝିଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ବଡ଼ ଭଉଣୀ ଅନ୍ନପୂର୍ଣ୍ଣା ପରଘରେ ମୂଲ ଲାଗି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ଟଙ୍କା କେଉଁଠୁ ଆସିବ ଯେ ଭଉଣୀର ଚିକିତ୍ସା କରିବେ ଅନ୍ନପୂର୍ଣ୍ଣା ।

ଦୀର୍ଘ ୮ବର୍ଷ ପୂର୍ବେ ଆଗପଛ ହୋଇ ବାପା ମା’ ଦୁହେଁ ଆରପାରିକୁ ଚାଲିଯିବା ପରେ ଅନ୍ନପୂର୍ଣ୍ଣାଙ୍କ ମୁଣ୍ଡରେ ପଡ଼ିଛି ପରିବାରର ବୋଝ । ସାନ ଭଉଣୀକୁ ମଣିଷ କରାଇବା ଲାଗି ନିଜ ପାଠପଢ଼ାରେ ଡୋରି ବାନ୍ଧିଥିଲେ ଅନ୍ନପୂର୍ଣ୍ଣା । ତେବେ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଛି । ଭଉଣୀ ରୋଗରେ ପଡ଼ିବା ଦିନଠାରୁ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଶ୍ରୀମୟୀଙ୍କ ଦେହ ଫୁଲିବାରେ ଲାଗିଛି । ଅନ୍ନପୂର୍ଣ୍ଣା ଶ୍ରୀମୟୀଙ୍କୁ ବୌଦ୍ଧ ଓ ଫୁଲବାଣୀ ମେଡିକାଲରେ ଚିକିତ୍ସା କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ସରକାରୀ ସହାୟତା ମିଳିଲେ ସେ ସୁସ୍ଥ ହେବା ସହ ପାଠ ପଢ଼ିପାରନ୍ତେ ବୋଲି କହିଛନ୍ତି ଅନ୍ନପୂର୍ଣ୍ଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ