ଦେଶରେ ବଢ଼ିବ ଡାଲି ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ୧୫୦ଟଙ୍କା ଟପିବ ଡାଲି ଦର । କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଆଶଙ୍କା କରାଯାଇଛି । ଏବେ ହରଡ଼ ଡାଲି କିଲୋ ପିଛା ୧୧୧ ରୁ ୧୨୦ ଟଙ୍କା ଅଛି । ଭାରତରେ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ରେ ହରଡ଼ ଓ ବୁଟ ଫସଲ ପ୍ରଭାବିତ ହେବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ଡାଲି ବ୍ୟବସାୟୀ ଏବେ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରୁଛନ୍ତି ।

ଏବେ ହରଡ ଡାଲି କିଲୋ ୧୧୧ରୁ ୧୨୦ ଟଙ୍କା ଅଛି । କିନ୍ତୁ ଏହା ୧୫୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବିଦେଶରେ ଡାଲି ଆମଦାନୀ କରଯାଉଥିବା ବେଳେ ଏହାର ପ୍ରଭାବ ଡାଲି ମୂଲ୍ୟ ଉପରେ ମଧ୍ୟ ପଡିବ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶାର ସବୁଠୁ ଅଧିକ ଆମଦାନୀ କରୁଥିବା ମାଲଗୋଦାମ ଡାଲି ବ୍ୟବସାୟୀ ସଂଘ ପୂର୍ବରୂ ହରଡ ଓ ବୁଟ ଡାଲି ଉତରପ୍ରଦେଶର କାନପୁର ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରୁଥିଲେ । କିନ୍ତୁ ଗତ ୧୫ ବର୍ଷ ହେବ ଛତିଶଗଡ, ମହାରାଷ୍ଟ୍ରର ନାଗପୁରରୁ ୨୦୦ ଟନ୍ ଡାଲି ଆମଦାନୀ କରିଛନ୍ତି ବ୍ୟବସାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’