Masthead

ଦେଶରେ ବଢ଼ିବ ଡାଲି ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ୧୫୦ଟଙ୍କା ଟପିବ ଡାଲି ଦର । କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଆଶଙ୍କା କରାଯାଇଛି । ଏବେ ହରଡ଼ ଡାଲି କିଲୋ ପିଛା ୧୧୧ ରୁ ୧୨୦ ଟଙ୍କା ଅଛି । ଭାରତରେ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡ଼ରେ ହରଡ଼ ଓ ବୁଟ ଫସଲ ପ୍ରଭାବିତ ହେବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ଡାଲି ବ୍ୟବସାୟୀ ଏବେ ମିଆଁମାର, ବାଙ୍ଗଲାଦେଶ, ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରୁଛନ୍ତି ।

ଏବେ ହରଡ ଡାଲି କିଲୋ ୧୧୧ରୁ ୧୨୦ ଟଙ୍କା ଅଛି । କିନ୍ତୁ ଏହା ୧୫୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବିଦେଶରେ ଡାଲି ଆମଦାନୀ କରଯାଉଥିବା ବେଳେ ଏହାର ପ୍ରଭାବ ଡାଲି ମୂଲ୍ୟ ଉପରେ ମଧ୍ୟ ପଡିବ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶାର ସବୁଠୁ ଅଧିକ ଆମଦାନୀ କରୁଥିବା ମାଲଗୋଦାମ ଡାଲି ବ୍ୟବସାୟୀ ସଂଘ ପୂର୍ବରୂ ହରଡ ଓ ବୁଟ ଡାଲି ଉତରପ୍ରଦେଶର କାନପୁର ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରୁଥିଲେ । କିନ୍ତୁ ଗତ ୧୫ ବର୍ଷ ହେବ ଛତିଶଗଡ, ମହାରାଷ୍ଟ୍ରର ନାଗପୁରରୁ ୨୦୦ ଟନ୍ ଡାଲି ଆମଦାନୀ କରିଛନ୍ତି ବ୍ୟବସାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼