Masthead

କାହାଣୀ ଅଞ୍ଜନା ମିଶ୍ରଙ୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ନାରୀ ଆଖିର ନିଆଁ କେତେ ଭୟଙ୍କର ସେଦିନ ଦେଖିଥିଲା ଓଡ଼ିଶା । ଅସହାୟ ମହିଳାର କରୁଣ ବିଳାପ ଥରାଇ ଦେଇଥିଲା ରାଜ୍ୟ ରାଜନୀତିକୁ । ପୀଡ଼ିତିଙ୍କ ଚିତ୍କାର କେନ୍ଦ୍ରର ଉପା ସରକାରଙ୍କ ନିଦ ହଜାଇ ଦେଇଥିଲା । ବଦଳିଛି ସରକାର, କିନ୍ତୁ ପୀଡ଼ିତାଙ୍କ ଆଖିରୁ ଲୁହ ଶୁଖୁନି ।

ରାଜ୍ୟର ଆଡଭୋକେଟ୍ ଜେନେରାଲଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ମାମଲା ଅଞ୍ଜନା ମିଶ୍ରଙ୍କ ପାଇଁ ମହଙ୍ଗା ପଡିଥିଲା । ୧୯୯୯ ଜାନୁଆରୀ ୯ ତାରିଖ । ଅଞ୍ଜନା ମିଶ୍ର ତାଙ୍କ ସାମ୍ବାଦିକ ବନ୍ଧୁଙ୍କ ସହ କଟକ ଯାଉଥିଲେ । ଭୁବନେଶ୍ୱର ବାରଙ୍ଗ ରାସ୍ତାରେ ଯାଉଥିଲେ କଟକ । ବାରଙ୍ଗ ନିକଟରେ ଅଞ୍ଜନାଙ୍କୁ ଗଣବଳାକ୍ରାର କରାଯାଇଥିଲା । ଏହି ଘଟଣା ତତକାଳୀନ କଂଗ୍ରେସ ସରକାର ମୁହଁରେ କାଳି ବୋଳିଦେଇଥିଲା । ଆଉ ଅଞ୍ଜନାଙ୍କ ଚିକ୍ରାର ଖାଲି ଭୁବନେଶ୍ୱର ନୁହେଁ ଦିଲ୍ଲୀରେ ମଧ୍ୟ ପ୍ରତିଧ୍ୱନୀ ସୃଷ୍ଟି କରିଥିଲା । ତତକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଓଡିଶା ମୁଖ୍ୟମନ୍ତ୍ରୀ ପଦ ଜାନକୀବଲ୍ଲଭ ପଟ୍ଟନାୟକ ଛାଡିବାକୁ ବାଧ୍ୟ ହୋଇଥିଲେ । ଗିରିଧାରି ଗମାଙ୍ଗ ହୋଇଥିଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ରାଜଧାନୀ ରାଜରାସ୍ତାରେ ମହିଳାଙ୍କ ବିରାଟ ବିକ୍ଷୋଭ । ଇନ୍ଦ୍ରଜିତ ରାଏ ହାଏ ହାଏ , ଜାନକୀ ପଟ୍ଟନାୟକ ହାଏ ହାଏ, ମୁଖ୍ୟମନ୍ତ୍ରୀ ହାଏ ହାଏ ଧ୍ୱନିରେ କମ୍ପିଥିଲା ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗ । ବିରୋଧିଙ୍କ ସମର୍ଥନରେ ମହିଳାମାନେ କରିଥିଲେ ଆନ୍ଦୋଳନ ।

୧୯୯୭ ଜୁଲାଇ ୧୧ ତାରିଖ । ତତକାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ଡାକରା ପାଇ କଟକସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ ଅଞ୍ଜନା ମିଶ୍ର । ଇନ୍ଦ୍ରଜିତ ଅଞ୍ଜନାଙ୍କୁ ଅଶ୍ଲୀଳ ବ୍ୟବହାର ଦେଖାଇଥିଲେ । ସେଠାରୁ କାନ୍ଦି କାନ୍ଦି ଅଞ୍ଜନା ଭୁବନେଶ୍ୱର ଫେରି ପରଦିନ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ । ମାତ୍ର ଏଜି ଇନ୍ଦ୍ରଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ବାଧ୍ୟ ହୋଇ ଅଞ୍ଜନା ୧୯ ତାରିଖରେ କଟକ କ୍ୟାଣ୍ଟେନମେଣ୍ଟ ଥାନାରେ ଏଜିଙ୍କ ବିରୋଧରେ ଦେଇଥିଲେ ଏତଲା । ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲେ ସିବିଆଇ । ସିବିଆଇର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ଇନ୍ଦ୍ରଜିତଙ୍କୁ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା