Masthead

ବିଜେପି ନେତା ରାଜୁ ଝାଙ୍କୁ ଗୁଳି କରି ହତ୍ୟା

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପିର ଜଣେ ନେତାଙ୍କୁ ଗୁଳି କରି ହତ୍ୟା । ପୁର୍ବ ବର୍ଦ୍ଧମାନ ଏସପି କାମନାସିସ୍ ସେନ୍ କହିଛନ୍ତି ଯେ, ବଙ୍ଗଳାର ପୂର୍ବ ବର୍ଦ୍ଧମାନର ଶକ୍ତିଗଡରେ ବିଜେପି ନେତା ରାଜୁ ଝା’ଙ୍କୁ ହତ୍ୟା କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦୁର୍ଗାପୁର ବ୍ୟବସାୟୀ ରାଜୁ ଝା ନାମକ ଜଣେ ବିଜେପି ନେତା କିଛି ସହକର୍ମୀଙ୍କ ସହ କୋଲକାତା ଅଭିମୁଖେ ଯାଉଥିଲେ ।

ଶକ୍ତିଗର ଅଞ୍ଚଳରେ ଏକ ମିଠା ଦୋକାନ ଆଗରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । କାରରେ ରାଜୁ ଝା’ଙ୍କ ସମେତ ତିନି ଜଣ ଥିଲେ । ସେପଟେ କଣ ପାଇଁ ରାଜୁଙ୍କ ହତ୍ୟା କରାଯାଇଛି ତାହା ଏବେ ଜଣାପଡ଼ିନାହିଁ । ପୋଲିସ ଅଧିକ ତଦନ୍ତ ଚଳାଇଛି । ସୂଚନାନୁସାରେ, ଝା’ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା