Masthead

ଅତାବିରା ଏନଏସି ନିର୍ବାଚନ, ୧୨ ୱାର୍ଡ ପାଇଁ ଚାଲିଛି ଭୋଟ ଗ୍ରହଣ

ଅତାବିରା(ବଡ଼ ଖବର ବ୍ୟୁରୋ): ବରଗଡ଼ ଅତାବିରା ଏନଏସି ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୮ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିବ । ବୁଥ ଗୁଡିକରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଅତାବିରାର ସମସ୍ତ ୧୨ ୱାର୍ଡ ପାଇଁ ୧୬ଟି ବୁଥ୍ କରାଯାଇଛି । ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ ଏବଂ ୩ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେହିପରି ଅତାବିରା ବାଳିକା ହାଇସ୍କୁଲର ୨ନମ୍ବର ବୁଥକୁ ପିଙ୍କ ବୁଥ କରାଯାଇଛି । ନିର୍ବାଚନ କାର୍ଯ୍ୟରେ ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଅତାବିରା ଗ୍ରାମ ପଞ୍ଚାୟତ ଓ ଲାଦରପାଲି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଅତାବିରା ଏନଏସିକୁ ୧୨ଟି ୱ।ର୍ଡରେ ଭାଗ କରାଯାଇଛି । ଏନଏସି ଗଠନ ପରେ ଏହା ତୃତୀୟ ନିର୍ବାଚନ । ଏଥର ଭୋଟର ସଂଖ୍ୟା ରହିଛି ୧୩ ହଜାର ୫୨୦ ତନ୍ମଧ୍ୟରୁ ୬୭୪୩ ଜଣ ପୁରୁଷ ଭୋଟର ଥିବାବେଳେ ୬୭୭୭ ଜଣ ମହିଳା ଭୋଟର । ଅତାବିରା ଏନଏସି ଗଠନ ହେବାପରେ ୨୦୧୩ରେ ପ୍ରଥମ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସ ଛଅ,ବିଜେଡି ଛଅ ୱାର୍ଡରେ ବିଜୟ ଲାଭ କରି କଂଗ୍ରେସ ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିଲା । ସେହିପରି ୨୦୧୮ ଦ୍ୱିତୀୟ ନିର୍ବାଚନରେ ସମୁଦାୟ ୧୨ଗୋଟି ୱାର୍ଡରେ ବିଜେଡି ବିଜୟ ହାସଲ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ