Masthead

ପ୍ରଚାର ବେଳେ ଅଚେତ ହେଲେ କେ.କବିତା

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): ପ୍ରଚାର ବେଳେ ଚେତାଶୂନ୍ୟ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ତେଲେଙ୍ଗାନାର ଇତିକ୍ୟାଲରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ସେ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ତରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ତେଲେଙ୍ଗନା ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସମସ୍ତ ପ୍ରାର୍ଥୀ ଓ ହେଭିଓ୍ୱେଟ୍‌ ନେତା ମୈଦାନକୁ ଓହ୍ଲାଇ ଘର ଘର ବୁଲି ପ୍ରଚାର ପ୍ରସାର କରୁଛନ୍ତି। ବିଆର୍‌ଏସ୍‌ ଏମ୍‌ଏଲ୍‌ସିର ନେତ୍ରୀ କେ.କବିତା ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି।

ଶନିବାର ତେଲେଙ୍ଗାନର ଇତିକ୍ୟାଲ୍‌ ଅଞ୍ଚଳରେ କେସିଆର୍‌ଙ୍କ ଝିଅ କେ.କବିତା ଏକ ରୋଡ୍‌ ଶୋ’ କରିଥିଲେ। ବସ୍‌ର ବାଲକୋନିରେ ଠିଆ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଚଳାଇଥିଲେ। ତେବେ ଏତିକି ବେଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କେ.କବିତା ପ୍ରଚାର କରିବା ସମୟରେ ହିଁ ଚେତାଶୂନନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ତୁରନ୍ତ ତାଙ୍କୁ ତାଙ୍କ କର୍ମୀମାନେ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ଡିହାଇଡ୍ରେସନ୍‌ ଯୋଗୁ ସେ ଅଚେତ ହୋଇପଡିଥିବା ଡାକ୍ତର କହିଛନ୍ତି।

ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ସେ ଟ୍ୱିଟ୍‌ ଜରିଆରେ ସୁସ୍ଥ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ସ୍ବଳ୍ପ ସମୟ ବିରତି ପରେ ପୂର୍ବ ପରି ପ୍ରଚାର ଅଭିଯାନ ଚାଲିଛି। ପରେ ‘ଏକ୍ସ’ ପୋଷ୍ଟ୍‌ରେ କେ. କବିତା ଲେଖିଛନ୍ତି ଯେ, ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି। ସେ କହିଛନ୍ତି, କ୍ଷଣିକ ଆତଙ୍କ ପାଇଁ ଦୁଃଖିତ। ମୁଁ ଏବେ ଭଲ ଅଛି। ବାଟରେ ଗୋଟାଏ ସୁନ୍ଦରିଆ ଟିକି ଝିଅ ସହିତ ଭେଟ ହେଲା। ତା’ ସହିତ କଥାବାର୍ତ୍ତା କରିବାରୁ ମତେ ଖୁବ୍‌ ଆନନ୍ଦ ଲାଗୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’