ପୁରୀ (ବଡ଼ ଖବର ବ୍ୟୁରୋ): ବ୍ଲକ କାର୍ଯ୍ୟାଳୟରୁ ଫାଇଲ ଚୋରି । ପୁରୀ ସଦର ବ୍ଲକ କାର୍ଯ୍ୟାଳୟରୁ ଫାଇଲ ଚୋରି । ଏହାର ସିସିଟିଭି ଫୁଟେଜ ଲାଗିଛି ବଡ଼ ଖବର ହାତରେ । ବ୍ଲକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୋରି ନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ କରିଛନ୍ତି ସଦର ବିଡିଓ ସମ୍ବିତ ଶତପଥୀ । ଅଭିଯୋଗ ଅନୁସାରେ, କିଛି ଦୁର୍ବୁତ୍ତ କେରାଣ୍ଡିପୁର ପଞ୍ଚାୟତର ସହକରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଫାଇଲ ଚୋରି କରିଛନ୍ତି । ଗତ ମାସ ୧୭ ତାରିଖରେ ଚୋରି ହେବାର ୧୩ ଦିନ ପରେ ଥାନାରେ ଅଭିଯୋଗ କରିଥିବାରୁ ବିଡିଓଙ୍କ କାର୍ଯ୍ୟକଳାପ ଉପରେ ସନେ୍ଦହ ସୃଷ୍ଟି ହୋଇଛି ।