Masthead

ନବବାବୁଙ୍କୁ ଅସମ୍ମାନ ପ୍ରତିବାଦରେ ଏତଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଆଇନଜୀବୀ ରଞ୍ଜନ ପାତ୍ର ଅନୁଗୁଳ ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ରଞ୍ଜନ ପାତ୍ର ଦାବି କରିଛନ୍ତି । ଆଜୀବନ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ନବକୃଷ୍ଣ ଚୌଧୁରୀ, ମାଳତୀ ବେଦୀ. ପବିତ୍ର ମୋହନ ପ୍ରଧାନଙ୍କ ଆବର୍ତମାନରେ ଅସମ୍ମାନ କରିବା ଅକ୍ଷମଣୀୟ ଅପରାଧ ।

ବେପରୁଆ ପ୍ରଶାସକଙ୍କ ଅହଙ୍କାରୀ ଔଧତ୍ୟର ପରିଚୟ । ସେମାନଙ୍କ ଜୀବନ ବ୍ୟାପି ତ୍ୟାଗ, ତିତିକ୍ଷା ଓ ସାଧନାକୁ କରାଯାଇଥିବା ଅପମାନ ପ୍ରତିଟି ଓଡ଼ିଆଙ୍କ ପ୍ରାଣଙ୍କୁ ଆନେ୍ଦାଳିତ କରୁଛି । ସବୁ ଥାଇ କିଛି ନଥିଲା ପରି ଚଳୁଥିଲେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ । ବିରାଟ ଜମିଦାର ଘରର ପୁଅ ନବକୃଷ୍ଣ ସରଳ ଜୀବନଯାପନ କରୁଥିଲେ । ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହାସତ୍ୱେ ନୀରଳସ ଜୀବନ ଆପଣାଇଥିଲେ । ଖଦଡ଼ ଧୋତି, ପଞ୍ଜାବୀ ଓ ଶାଢୀରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଜୀବନ ବିତିଥିଲା । ଝାଟିମାଟି ଘରେ ରହି ଦେଶ ଲାଗି ଶେଷ ଶେଷନିଶ୍ୱାସ ଥିବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅକୃତଜ୍ଞ ରାଷ୍ଟ୍ର କୃତଜ୍ଞତା ଜଣାଇବାର ଛଳନା କରି ପ୍ରତିମୂର୍ତ୍ତି ନିର୍ମାଣରେ ଅସମ୍ମାନିତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା