Masthead

ସେକ୍ସ ଓ ଗର୍ଭପାତକୁ ନେଇ କ’ଣ କହିଲେ ପୋପ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ପୋପଙ୍କ ମନ୍ତବ୍ୟ । ସେକ୍ସ ଓ ଗର୍ଭପାତକୁ ନେଇ ପୋପ ଫ୍ରାନ୍ସିସ୍ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଡକୁମେଣ୍ଟାରିରେ ପୋପ୍ ଫ୍ରାନ୍ସିସ୍ କହିଛନ୍ତି, ସେକ୍ସ ଅତି ସୁନ୍ଦର ଜିନିଷଗୁଡ଼ିକ ମଧ୍ୟରୁ ଅନ୍ୟତମ । ଯାହା ଈଶ୍ୱର ମଣିଷକୁ ଦେଇଛନ୍ତି। ୨୦ରୁ ୨୫ ବର୍ଷ ବୟସ୍କ ଯୁବକମାନେ ୮୬ ବର୍ଷୀୟ ପୋପ୍‌ଙ୍କୁ ଏଲ୍‌ଜିବିଟି ଅଧିକାର, ଗର୍ଭପାତ, ପର୍ଣ୍ଣ ଇଣ୍ଡଷ୍ଟ୍ରି, ସେକ୍ସ, ଯୌନ ନିର୍ଯାତନା ବିଷୟରେ କ୍ୟାଥଲିକ ଚର୍ଚ୍ଚ ପରିସରରେ ପଚାରିଥିଲେ। ଉତ୍ତରରେ ପୋପ୍ କହିଥିଲେ, ଈଶ୍ବର ମଣିଷକୁ ଅନେକ ଭଲ ଜିନିଷ ଦେଇଛନ୍ତି। ସେଥି ମଧ୍ୟରୁ ସେକ୍ସ ଅନ୍ୟତମ। ସେ କହିଥିଲେ ଯେ ଏଲ୍‌ଜିବିଟି ଲୋକଙ୍କୁ କ୍ୟାଥଲିକ୍ ଚର୍ଚ୍ଚ ଦ୍ୱାରା ସ୍ୱାଗତ କରାଯିବା ଉଚିତ।

କାରଣ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ଈଶ୍ୱର କାହାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଈଶ୍ୱର ଆମର ପରମପିତା । ସନ୍ତାନ ଯାହା ବି ହେଉ ତାକୁ ସେ କେବେହେଲେ ପ୍ରତ୍ୟାଖ୍ୟାନ କରିପାରନ୍ତିନି। ତେଣୁ କାହାକୁ ଚର୍ଚ୍ଚରୁ ବାହାର କରିଦେବାର ଅଧିକାର ମୋର ନାହିଁ। ଗର୍ଭପାତ ବିଷୟରେ କହିଲେ ଯେ, ଗର୍ଭପାତ କରିଥିବା ମହିଳାଙ୍କ ପ୍ରତି ପାଦ୍ରୀମାନେ ଦୟା କରିବା ଉଚିତ। କିନ୍ତୁ ଏହି ଅଭ୍ୟାସ ଗ୍ରହଣୀୟ ନୁହେଁ। ଗର୍ଭପାତକୁ କେବେହେଲେ ଯୁକ୍ତିଯୁକ୍ତ ବୋଲି କହିପାରିବୁନି। କାରଣ ଗର୍ଭପାତ ମାନେ ଜନ୍ମ ହୋଇ ନ ଥିବା ଏକ ଶିଶୁର ହତ୍ୟା କରିବା। ସେଥିପାଇଁ ରୋମାନ କ୍ୟାଥଲିକ ଚର୍ଚ୍ଚ ଗର୍ଭପାତକୁ ସବୁବେଳେ ନିନ୍ଦା କରିଆସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି