Masthead

ରାଜନୈତିକ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ରାଜନୈତିକ ଶତ୍ରୁତାକୁ ନେଇ ଛୁରାମାଡ଼ । ଜଣେ ମୃତ ଅନ୍ୟଜଣେ ଗୁରୁତର । ଏଭଳି ଅଭବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଳି ଥାନା ସହିରା ଗାଁରେ । ଗତକାଲି ସହିରା ଗାଁରେ ଭାଗବତ ସପ୍ତାହ ଶେଷ ଦିନ ଭୋଜି ଖାଇବାକୁ ଯାଇଥିଲେ ଅମୀୟ ପାତ୍ର ଓ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜୟ । ଭୋଜି ଖାଇବା ସମୟରେ ସେହି ଗାଁର ରଶ୍ମି ରଞ୍ଜନ ରାଉଳ ନାମକ ଯୁବକ ହଠାତ ଗାଳି ଗୁଲଜ କରିଥିଲା ।

ଯାହାର ପ୍ରତିବାଦ କରିଥିଲେ ଅମୀୟ । ପରେ ଉଭୟଙ୍କ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ରଶ୍ମି ରଞ୍ଜନ ନିଜ ପାଖରେ ରଖିଥିବା ଭୁଜାଲିରେ ଅମୀୟଙ୍କୁ ଆକ୍ରମଣ କରିଥିଲେ । ଅମୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅମୀୟଙ୍କୁ ବଞ୍ଚାଇବାକୁ ଯାଇ ସଞ୍ଜୟ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ଘଟଣା ପରେ ସହିରା ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ