Masthead

ପୁଣି ଟ୍ରୋଲ ହେଲେ କଙ୍ଗନା ରାଣାୱତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଶୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । ସେ ନିଜ ଟ୍ୱିଟର ପେଜରେ କରୋନାରେ ଲୋକଙ୍କ ମୃତ୍ୟୁକୁ ନେଇ କିଛି ତଥ୍ୟ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିିତିରେ ସାରା ମାନବ ସମାଜ କରୋନାର ଭୟାନକ ପରିସ୍ଥିତିକୁ ସମ୍ନା କରୁଛି । ମାନବ ନିର୍ମିତ ଏ ଭାଇରସ ଦ୍ୱାରା ସାରା ବିଶ୍ୱ ଆଜି କବଳିତ, ହେଲେ ଏଇ କରେନାକୁ ଅନ୍ୟର ଅର୍ଥନୀତିରେ ପ୍ରଭାବ ପକାଇବାକୁ ବ୍ୟବହାର ମଧ୍ୟ କରାଯାଉଛି ।

କରୋନା ଭାଇରସ ମଣିଷକୁ ମାରୁଛି ସତ କିନ୍ତୁ ପୃଥିବୀର ଆଉ କିଛି ଭଲ ମଧ୍ୟ କରୁଛି । ଖାଲି ସେତିକି ନୁହେଁ ପୃଥିବୀର ଦେଖାସୁଣା ପାଇଁ ସେ କହିଛନ୍ତି; ଗଛଲଗାଇବା, ପ୍ରଜନନ ହାର ନିୟନ୍ତ୍ରଣ କରିବା, ପ୍ଲାଷ୍ଟିକ ବ୍ୟବହାର ନକରିବା, ଖାଦ୍ୟ ପଦାର୍ଥ ନଷ୍ଟ ନକରିବାକୁ ମଧ୍ୟ ସେ କହିଛନ୍ତି । କିନ୍ତୁ କଙ୍ଗନାଙ୍କ ଏହି କଥା କିଛି ଲୋକଙ୍କୁ ପସନ୍ଦ ଆସିନଥିଲା । ଯେଉଁଥିପାଇଁ ସେ ୟୁଜରର୍ଶଙ୍କ ଦ୍ୱାରା ଟ୍ରୋଲ ଶୀକାର ହୋଇଛନ୍ତି ।

ଏନେଇ ପ୍ରତିଉତ୍ତରରେ ଜଣେ ୟୁଜର କହିଛନ୍ତି – ମ୍ୟାମ ଟିକେ ଦିମାଗ ଲଗାନ୍ତୁ । ଭାଇରସ କାରଣରୁ ଲୋକେ ମରୁଛନ୍ତି । ଲୋକଙ୍କ ଜୀବନ ଜରୁରୀ ଅଟେ । ସେହିପରି ଆଉ ଜଣେ ୟୁଜର କହିଛନ୍ତି – ଲୋକେ ବେଡ-ଅକ୍ସିଜେନ୍ ଓ ଇନଜେକ୍ସନ୍ ପାଇଁ ଭିକ ମାଗୁଛନ୍ତି । ତେବେ ଏହି ପୃଥିବୀ କିଭଳି ଭାବେ ଆରୋଗ୍ୟ ଲାଭ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ