Masthead

ଓଡ଼ିଶାରେ ଚାଲିଛି ଜନବିରୋଧୀ ସରକାର: ପୃଥ୍ୱୀରାଜ ହରିଚନ୍ଦନ

'ବର୍ଷା ଦିନ ପୂର୍ବରୁ ସମସ୍ତଙ୍କୁ ଘର ନମିଳିଲେ ରାଜରାସ୍ତାରେ ନିଆଁ ଜଳିବ'

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଛି ଜନବିରୋଧୀ ସରକାର । କେନ୍ଦ୍ର ସରକାର ଦେଉଥିବା ଅନୁଦାନକୁ ରାଜ୍ୟ ସରକାର ହଡପ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓଡ଼ିଶାରେ ଅଚଳ ହୋଇପଡିଛି । ଗରିବ ଲୋକଙ୍କୁ ଘର ସ୍ୱପ୍ନ ହୋଇଯାଇଛି । ଅନିୟମିତତା କରି ଗରିବ ଲୋକଙ୍କ ହକ ମାରୁଛନ୍ତି ରାଜ୍ୟସରକାର । ପ୍ରେସମିଟ କରି ବିଜେଡିକୁ ଟାର୍ଗେଟ କରିଛି ବିଜେପି ।

ବିଗତ ୮ ବର୍ଷରେ ଓଡ଼ିଶାକୁ ତିନି ଗୁଣା ଘର ଦେଇଛନ୍ତି ମୋଦୀ ସରକାର । ଯଦି ତାକୁ ବାସ୍ତବରେ ରାଜ୍ୟ ସରକାର ସଠିକ ଭାବେ କାର୍ଯ୍ୟକାରୀ କରିଥାନ୍ତେ ତେବେ ଆଜି ବହୁତ ଲୋକ ପକ୍କା ଘରେ ଥାନ୍ତେ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ କହିଲେ ଯେ ଘରର ଟଙ୍କା ଆସି ପଡିଛି ତୁମେ ଅନିୟମିତତା କରୁଛ ଲୋକଙ୍କୁ କାର୍ଯ୍ୟାଦେଶ ଦେଉନ । ସେତେବେଳେ ବିଜୁ ଜନତା ଦଳ ନେତା ବାବୁଙ୍କୁ ବାଧିଲା ସେଥିପାଇଁ ପ୍ରଳାପ କରିବା ଆରମ୍ଭ କରିଛନ୍ତି । ଗୟା ପ୍ରସାଦ କମିଟି ରାଜ୍ୟରେ ଆବସ ଅନିୟମିତତାକୁ ଧରିଥିଲେ । ସେତେବେଳେ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର କହିବା ପରେ ବି ତାଙ୍କୁ ଘଣ୍ଟ ଘୋଡେଇଲେ ରାଜ୍ୟ ସରକାର । ରାଜନୀତିରେ ଏତେ ବେଲଜ୍ୟା ହୁଅନ୍ତୁ ନାହିଁ ।

ବିଜେଡ଼ି କହୁଛି କେନ୍ଦ୍ର ଘର ଦେଉନି ସେଥିପାଇଁ ରାଜ୍ୟ ସରକାର ୬ ହଜାର କୋଟି ଖର୍ଚ୍ଚ କରି ବିଜୁ ପକ୍କା ଘର ଦେଇଛନ୍ତି । ମିଛ କହିବାର ଗୋଟେ ସୀମା ଅଛି । ୯.୬୦ ହଜାର ଘର ଆସି ପଡିଛି ତୁମେ ବାଣ୍ଟି ପାରୁନ କିନ୍ତୁ ରାଜ୍ୟ ବାସୀଙ୍କୁ ଭୁଆଁ ବୁଲାଉଛ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ବିଧାନସଭାର ତଥ୍ୟ କହୁଛି ତିନି ବର୍ଷରେ ମାତ୍ର ତିନି ଶହ ଟି ଘର ହିଁ ହୋଇଛି । ବର୍ଷା ଦିନ ପୂର୍ବରୁ ସମସ୍ତଙ୍କୁ ଘର ନମିଳିଲେ ରାଜରାସ୍ତାରେ ନିଆଁ ଜଳିବ ବୋଲି ବିଜେପି ଚେତାବନୀ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା