Masthead

ରାଜ୍ୟରେ ତିନି ବର୍ଷରେ ୧୭ହଜାର ଟପିଲା ଆତ୍ମହତ୍ୟା ସଂଖ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢୁଛି ଆତ୍ମହତ୍ୟା । ଗତ ତିନି ବର୍ଷରେ ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ୧୭ହଜାର ଟପିଛି । କେବଳ ରାଜଧାନୀରେ ଆତ୍ମହତ୍ୟା ସଂଖ୍ୟା ହଜାରେ ପାର ହୋଇଛି । କୌଣସି କ୍ଷେତ୍ରରେ ଅସଫଳ ହେଲେ ଭାଙ୍ଗିପଡିବା ଉଚିତ୍ ନୁହେଁ । ସାହସ ଓ ଧୌର୍ଯ୍ୟର ସହ ଆଗକୁ ବଢିବା ହିଁ ମଣିଷର ସାର୍ଥକତା । ମାତ୍ର ଏହି ପନ୍ଥା ଅନୁସରରଣ ନକରି ଜୀବନ ପ୍ରତି ଆସୁଛି ବୈରାଗ୍ୟ । ଆତ୍ମହତ୍ୟା ଭଳି ହୀନ କାର୍ଯ୍ୟକୁ ଲୋକେ ଆପଣେଇ ନେଉଛନ୍ତି ।

ସାରା ଓଡିଶାରେ ଗତ ତିନି ବର୍ଷରେ ବେକରେ ଫାଶ ଲଗେଇ ସର୍ବାଧିକ ୮୪୯୪ ଆତ୍ମହତ୍ୟା କରିଛନ୍ତି । ବିଷ ପିଇ ୭୨୬୬, ପାଣିକୁ ଡେଇଁ ୭୪୦, ନିଆଁରେ ପୋଡି ହୋଇ ୪୮୬ ଜଣ ଆତ୍ମହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ, ଟ୍ରେନ ଆଗକୁ ଡେଇଁ ୨୮୨ ଜଣ ଆତ୍ମହତ୍ୟା କରିଛନ୍ତି । ଗତ ତିନି ବର୍ଷରେ ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ୧୭ହଜାର ଟପିଛି । ତେବେ ଓଡିଶାରେ ଏହି ହାର ପୂର୍ବବର୍ଷ ତୁଳନାରେ ୮.୬% ପ୍ରତିଶତ ବଢିଥିବା ବେଳେ ଖୋଦ୍ ରାଜଧାନୀରେ ଆତ୍ମହତ୍ୟାର ହାର ୪୮% ବୃଦ୍ଧି ପାଇଛି । ଏବେ ବଦଳିଛି ସମ୍ପର୍କର ସଂଜ୍ଞା ।

ଧୌର୍ୟ୍ୟ, ସହନଶୀଳତା କମି କମି ଯାଇଛି । ଜଣେ ଭୁଲ କରିବା ପରେ ସୁଧାରିବାର ବାଟ ପାଉନାହିଁ । ଚାରିଆଡୁ ଅସମର୍ଥ ହୋଇ ମାନସିକ ଭାରସାମ୍ୟ ହରେଇ ଶେଷରେ ଲୋକେ ଆତ୍ମହତ୍ୟାକୁ ଶ୍ରେଷ୍ଠ ରାସ୍ତା ଭାବେ ବାଛି ନେଇଛନ୍ତି । ସେପଟେ ପରକୀୟା ପ୍ରୀତି ଆତ୍ମହତ୍ୟାର ଆଉ ଏକ କାରଣ । ପ୍ରେମଜନିତ ଆତ୍ମହତ୍ୟା ସଂଖ୍ୟା ଅଧିକ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ । ଅତ୍ୟଧିକ ବସ୍ତୁବାଦୀ ହେବା, ନିଶାଶକ୍ତ ହେବା, ନିଶା ଏବଂ ପ୍ରେମ ସମ୍ବଦ୍ଧୀୟ ବେପାରରେ ନ ପସିଲେ ଆତ୍ମହତ୍ୟାକୁ ରୋକଯାଇ ପାରିବ ବୋଲି କହିଛନ୍ତି ଯୁବ ସମାଜସେବୀ ମାନସ ରଞ୍ଜନ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼