ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ । ଆସନ୍ତାକାଲି ସକାଳ ୧୦ ଟା ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ କଟକଣା ବଢ଼ାଇ ଦିଆଯାଇଛି । ସେପଟେ ସ୍ୱାଭାବିକ ହେଉଛି ସମ୍ବଲପୁର । କର୍ଫ୍ୟୁ କଟକଣାକୁ ଆହୁରି କୋହଳ କରିଛି ଜିଲ୍ଳା ପ୍ରଶାସନ ।
ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଆଜିଠାରୁ ସହରବାସୀଙ୍କୁ ସାଢ଼େ ୮ ଘଣ୍ଟାର ସମୟ ମିଳିବ । ସକାଳ ୭ଟାରୁ ଦିନ ଗୋଟାଏ, ୬ଘଣ୍ଟା ଏବଂ ଦିନ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା, ଅଢ଼େଇ ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି । ତେବେ ଆବଶ୍ୟକତା ଥିଲେ ହିଁ ଘରୁ ବାହାରକୁ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।