Masthead

ମୁଣ୍ଡକାଟି ଆତ୍ମହତ୍ୟା କଲେ ଦମ୍ପତ୍ତି

ଗୁଜୁରାଟ (ବଡ଼ ଖବର ବ୍ୟୁରୋ):ମୁଣ୍ଡକାଟି ଆତ୍ମହତ୍ୟା କଲେ ଦମ୍ପତ୍ତି । କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ରାଜକୋଟ୍ ଜିଲାର ଭିଞ୍ଚତ୍ୟା ଗ୍ରାମରେ । ମୃତକ ହେଲେ ହେମୁ ମାକୱାନା ଓ ସ୍ତ୍ରୀ ହାଂସ ମାକୱାନ । ହେମୁ ମାକୱାନା ହେଉଛନ୍ତି ଜଣେ ଚାଷୀ । ହେମୁ ଓ ହାଂସ ଗିଲୋଟିନ୍ ଭଳି ଅସ୍ତ୍ରରେ ନିଜ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ସ୍ଥଳରୁ ପୋଲିସ ଏକ ହାତଲେଖା ଚିଠି ପାଇଛି। ଗୁଜରାଟୀ ଭାଷାରେ ଲେଖାଥିବା ଏହି ଚିଠିରେ ଦମ୍ପତ୍ତିଙ୍କ ଆଙ୍ଗୁଠି ଛାପ ମଧ୍ୟ ରହିଛି। ସେମାନେ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି ।

ଏଥିପାଇଁ କେହି ଦାୟୀ ନୁହନ୍ତି ବୋଲି ଚିଠିରେ ଲେଖାଯାଇଛି। ମୃତକ ହେମୁ ମାକୱାନା ଓ ସ୍ତ୍ରୀ ହାଂସ ମାକୱାନ ସେମାନଙ୍କ ଚାଷଜମିରେ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ସେମାନଙ୍କର ଦୁଇ ପୁଅଝିଅ ମାମୁଘରୁ ଫେରି ମାଆବାପାଙ୍କ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ କହିବା ଅନୁଯାୟୀ ଆତ୍ମହତ୍ୟା ପାଇଁ ଦମ୍ପତ୍ତି ଗିଲୋଟିନ୍ ଭଳି ଅସ୍ତ୍ର ତିଆରି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ