Masthead

ରାଜ୍ୟ ସରକାର ଜାଣିଶୁଣି ବିପଦକୁ ନିମନ୍ତ୍ରଣ କରୁଛନ୍ତି: ବିଜୟ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଗନ୍ନାଥ ମନ୍ଦିର ସମ୍ପର୍କିତ ଫାଇଲ ହଜିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ଉଦବେଗ ଜନକ ଘଟଣା । କିନ୍ତୁ ଫାଇଲ ହଜି ନାହିଁ । ଫାଇଲ ଲୁଚାଇ ରଖାଯାଇଛି ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏଭଳି ତଥ୍ୟ ତା ଭିତରେ ଥିବ, ଯାହାକୁ ବୋଧେ ଲୋକଲୋଚନକୁ ଆଣିବା ପାଇଁ ସେମାନେ ଚାହାନ୍ତି ନାହିଁ । ସେଥିପାଇଁ ହଜି ଯିବା ପନ୍ଥାର ଆଶ୍ରୟ ନିଆଯାଇଛି । ଯଦି ଜଗନ୍ନାଥ ମନ୍ଦିର ଫାଇଲ ହଜିଯିବ, ତେବେ ଓଡ଼ିଶାରେ ଶାସନ ରହିବା ଉଚିତ ନୁହେଁ । ରାଜ୍ୟ ସରକାର ଜାଣିଶୁଣି ବିପଦକୁ ନିମନ୍ତ୍ରଣ କରୁଛନ୍ତି । ସବୁବେଳେ ସମସ୍ତେ କହୁଛନ୍ତି, ସେ ଆମର ଆରାଧ୍ୟ ଦେବତା ।

ଯେତେ ପ୍ରକାର ଅବହେଳା କରାଯାଇପାରିବ, ଜଗନ୍ନାଥ ମନ୍ଦିର ପାଇଁ, ବିଧି ବିଭାଗ ଓ ମନ୍ଦିର ପ୍ରଶାସନ ଏବଂ ସରକାର ସମସ୍ତେ ମିଳିମିଶି କରୁଛନ୍ତି । ଖାଲି ଉପରକୁ ଦେଖାଇବା ପାଇଁ ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ପ୍ରଶାସକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ପୂର୍ଣ୍ଣକାଳୀନ କରିବା ପାଇଁ କହି ସାରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କରୁନାହାନ୍ତି । ଏବେ ଯିଏ ପ୍ରଶାସକ ଅଛନ୍ତି, ସେ ନିଯୁକ୍ତ ହେବା ଦିନ ଠାରୁ ମାତ୍ର ଦୁଇ ତିନି ଥର ଯାଇଛନ୍ତି । ଏଥିରୁ ଅନୁମାନ କରାଯାଇପାରିବ ଯେ ମନ୍ଦିର ପ୍ରଶାସନ କେଉଁ ଅବସ୍ଥାରେ ପହଞ୍ଚିଛି । ପ୍ରଶାସକ ଯଦି ନଯିବେ ମନ୍ଦିର ନୀତି ବ୍ୟବସ୍ଥା ଚାଲିବ କେମିତି ? ସେଠି ଫାଇଲ ହଜିବ, ଆହୁରି ଅନେକ ଅଘଟଣ ଘଟିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି