ବନ୍ଦ ହେବ ପାକିସ୍ତାନ ପ୍ରାଣୀ ଉଦ୍ୟାନ

ପାକିସ୍ତାନ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ମଣିଷ ଖାଇବାକୁ ପାଉନଥିବା ବେଳେ ଜୀବଜନ୍ତୁଙ୍କ କଥା ପଚାରେ କିଏ? ଆର୍ଥିକ ସଙ୍କଟ ଯୋଗୁ କରାଚିରେ ଥିବା ପ୍ରାଣୀ ଉଦ୍ୟାନକୁ ପାକିସ୍ତାନ ସରକାର ବନ୍ଦ କରିବାକୁ ଯାଉଛନ୍ତି । ପାକିସ୍ତାନର କରାଚିରେ ଅଛି ପ୍ରସିଦ୍ଧ ଚିଡିଆଖାନା । ଦେଶରେ ଆର୍ଥିକ ସଙ୍କଟ ଲାଗିରହିଥିବାରୁ ବନ୍ୟଜନ୍ତୁମାନଙ୍କର ଯତ୍ନ ନେବା ସରକାରଙ୍କ କ୍ଷମତା ବାହାରେ । ବାଧ୍ୟ ହୋଇ ସରକାର ଏହି ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନକୁ ବନ୍ଦ କରିବାକୁ ଯାଉଛନ୍ତି । ଅର୍ଥ ଅଭାବରୁ ନୁର ଜାହାନ ନାମକ ଏକ ଅସୁସ୍ଥ ହାତୀର ଚିକିତ୍ସା ଓ ଯତ୍ନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନେଇପାରୁ ନାହାନ୍ତି ।

ତାଞ୍ଜାନିଆରୁ କରାଚି ଚିଡିଆଖାନାକୁ ଆସିଥିବା ହାତୀ ନୁର ଜାହାନ ଏବେ ମରଣ ସହ ଲଢେଇ କରୁଛି । କରାଚି ଚିଡିଆଖାନା ବନ୍ଦ ହେବାକୁ ଯାଉଥିବା ପ୍ରଚାର ହେବା ପରେ ଜନ ଅସନ୍ତୋଷ ତୀବ୍ର ହୋଇଥିଲା । ବାଧ୍ୟ ହୋଇ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ କହିଛନ୍ତି ବନ୍ୟ ପ୍ରାଣୀମାନଙ୍କର ଯତ୍ନ ନେବା ସରକାରଙ୍କ କ୍ଷମତା ବାହାରେ । ତେଣୁ ସିନ୍ଧୁ ପ୍ରଦେଶର ସରକାରଙ୍କୁ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ଅନୁରୋଧ କରାଯାଇଛି ।

ଏହି ପ୍ରାଣୀ ଉଦ୍ୟାନରେ ଥିବା ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସିଦ୍ଧୁ ପ୍ରଦେଶ ସରକାର କହିଛନ୍ତି। ପଶୁମାନଙ୍କର ସ୍ଥାନାନ୍ତର ଏପର୍ୟ୍ୟନ୍ତ ହୋଇନାହିଁ। ଏହି ପ୍ରାଣୀ ଉଦ୍ୟାନରେ ଥିବା ପ୍ରତିଟି ପ୍ରାଣୀ ରୋଗୀଣା ଦେଖାଯାଉଛନ୍ତି । ପଞ୍ଜାରା ହାତ ଗଣି ହୋଇଯାଉଛି । ସିଂହ ଶାବକ ଗୁଡିକ ଚାଲି ପାରୁ ନାହାନ୍ତି । ପୃଷ୍ଟିହୀନତାର ଶିକାର ହୋଇଛନ୍ତି । ନୈତିକତା ଦୃଷ୍ଟିରୁ ନୁହେଁ, ଆର୍ଥିକ ସଙ୍କଟ ଯୋଗୁଁ ପାକିସ୍ତାନ ସରକାର ପ୍ରସିଦ୍ଧ ଚିଡିଆଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଯେଉଁ ଦେଶରେ ଲୋକମାନେ ଖାଇବାକୁ ପାଉ ନାହାନ୍ତି, ସେହି ଦେଶରେ ଅସହାୟ ପ୍ରାଣୀମାନଙ୍କ ବିଷୟରେ କେହି ଚିନ୍ତା କରନ୍ତି ନାହିଁ । ମୁଦ୍ରାସ୍ଫୀତି ବୃଦ୍ଧି, ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ରାଜନୈତିକ ବିବାଦ ଏବଂ ଆତଙ୍କବାଦ ବୃଦ୍ଧି ପାକିସ୍ତାନ ବିପର୍ୟ୍ୟସ୍ତ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’