ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତତଲା ତାୱାରେ ସିଝୁଛି ସାରା ଓଡ଼ିଶା । ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡାରେ ୪୧.୪ ଡ଼ିଗ୍ରୀ ରହିଥିବାବେଳେ ଭୁବନେଶ୍ୱରରେ ୪୦.୨ ଡ଼ିଗ୍ରୀ ରହିଛି । ସେହିପରି ଚାନ୍ଦବାଲି ୩୯.୬ ଡ଼ିଗ୍ରୀ, କେନ୍ଦୁଝର, ୩୯.୬ ଡ଼ିଗ୍ରୀ , ବାଲେଶ୍ୱର ୩୮.୬ ଡ଼ିଗ୍ରୀ, ସମ୍ବଲପୁର ୩୮.୬ ଡ଼ିଗ୍ରୀ, ହୀରାକୁଦ ୩୭.୪ ଡ଼ିଗ୍ରୀ , ପୁରୀ ୩୪ ଡ଼ିଗ୍ରୀ, ପାରାଦୀପ ୩୩ , ଗୋପାଳପୁରରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।