ଅତିକ-ଅଶରଫ ହତ୍ୟା ମାମଲା, ସିନ ରିକ୍ରିଏଟ କଲା ଏସଆଇଟି

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅତିକ ଓ ଅଶରଫ ହତ୍ୟା ମାମଲା । ସିନ ରିକ୍ରିଏଟ କଲା ଏସଆଇଟି । ଅତିକ ଓ ଅଶରଫକୁ ଯେଉଁ ସ୍ଥାନରେ ହତ୍ୟା କରାଯାଇଥିଲା ସେହି ସ୍ଥାନରେ ସିନ ରିକ୍ରିଏସନ କରାଯାଇଛି । ହତ୍ୟା ବେଳେ ଉପସ୍ଥିତ ଥିବା ପୋଲିସମାନଙ୍କୁ ପଚରାଉଚରା କରାଯାଉଛି । ୧୫ ଏପ୍ରିଲ ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ହତ୍ୟା କରାଯାଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ହୋଇଥିଲା ଗୁଳିମାଡ଼ ।

ଉଭୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ପ୍ରୟାଗରାଜ ନିଆଯାଉଥିବା ସମୟରେ ଘଟିଥିଲା ଘଟଣା । ଦୁଇ ଭାଇଙ୍କ ଦେହରେ ବାଜିଥିଲା ୧୩ ରାଉଣ୍ଡ ଗୁଳି । ଅତିକଙ୍କ ଶରୀରରେ ୮ଟି ଗୁଳି ବାଜିଥିବା ବେଳେ ଅସରଫଙ୍କ ଦେହରେ ୫ଟି ଗୁଳି ବାଜିଥିଲା । ଅତିକଙ୍କ ମୁଣ୍ଡରେ ଗୋଟିଏ ଗୁଳି ବାଜି ଥିବାବେଳେ ଅନ୍ୟ ୭ଟି ଗୁଳି ବେକ, ଛାତି ଏବଂ ପେଟ ଏବଂ ହାତରେ ବାଜିଛି । ସେହିପରି ଅସରଫଙ୍କ ମୁହଁରେ ଗୋଟିଏ ଗୁଳି ବାଜିଥିବାବେଳେ ଓ ଆଉ ୪ଟି ଗୁଳି ବେକ, ଛାତି ଏବଂ ପେଟରେ ବାଜିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ