Masthead

ଜଳୁଛି ପୃଥିବୀ, ତରଳୁଛି ଗ୍ଲେସିୟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଠ ବର୍ଷ ଧରି ଜଳୁଛି ପୃଥିବୀ । ୨୦୨୨ରେ ଦ୍ରୁତ ଗତିରେ ତରଳୁଛି ଗ୍ଲେସିୟର । ଆଠ ବର୍ଷ ଧରି ପୃଥିବୀରେ ତାପମାତ୍ରା ବୃଦ୍ଧି ପାଇ ଚାଲିଛି । ତାପମାତ୍ରା ବୃଦ୍ଧି କରାଉଥିବା ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ବା ସବୁଜଗୃହ ବାଷ୍ପ ଯୋଗୁ ମରୁଡ଼ି, ବନ୍ୟା ଭଳି ବିପର୍ଯ୍ୟୟ ବଢ଼ିବା ସହ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିଛି । ୨୦୨୨ରେ ଅଙ୍ଗାରକାମ୍ଳ, ମିଥେନ ଏବଂ ନାଇଟ୍ରସ୍‌ ଅକ୍ସାଇଡ୍‌ ଆଦି ୩ ପ୍ରମୁଖ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ସ୍ତର ଲଗାତର ବଢ଼ିଛି ବୋଲି ଜାତିସଂଘର ଏକ ଶାଖା ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ଏହାର ୨୦୨୨ର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି । ମରୁଡ଼ି, ବନ୍ୟା ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଭାରତ ସମେତ ମହାଦ୍ୱୀପରେ ରହୁଥିବା ଲୋକଙ୍କୁ ବ୍ୟାପକ ପ୍ରଭାବିତ କରିଛି । ଆଣ୍ଟାର୍କଟିକା ଗ୍ଲେସିୟର ରେକର୍ଡ ମାତ୍ରାରେ ତରଳିଛି । ସମୁଦ୍ର ଜଳସ୍ତର ଦୁଇଗୁଣା ହାରରେ ବୃଦ୍ଧି ପାଉଛି । ସେହିପରି ୟୁରୋପରେ ଅସ୍ୱାଭାବିକ ଗ୍ରୀଷ୍ମଲହର ଯୋଗୁ କେବଳ ୨୦୨୨ରେ ୧୫,୭୦୦ ଲୋକଙ୍କ ମୃତ୍ୟୁ ହୋଇଛି ।

୨୦୧୫ରୁ ୨୦୨୨ ମଧ୍ୟରେ ୮ ବର୍ଷରେ ହାରାହାରି ତାପମାତ୍ରା ରେକର୍ଡ କରିଛି । ଯାହାକି ୧୭୩ ବର୍ଷରେ ସର୍ବାଧିକ ଉତ୍ତପ୍ତ ବର୍ଷ ହୋଇଛି । ୧୮୫୦ରୁ ୧୯୦୦ ମସିହାରେ ଥିବା ହାରାହାରି ତାପମାତ୍ରାଠାରୁ ଗତ ୮ ବର୍ଷର ତାପମାତ୍ରା ୧.୧୫ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଛି । ୨୦୨୨ ଥିଲା ପଞ୍ଚମ କିମ୍ବା ଷଷ୍ଠ ସର୍ବାଧିକ ଉତ୍ତପ୍ତ ବର୍ଷ । ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟେରି ତାଲସ୍‌ କହିଛନ୍ତି, ଗ୍ରୀନ୍‌ହାଉନ୍‌ ଗ୍ୟାସ୍‌ ନିର୍ଗମନ ବୃଦ୍ଧି ଜାରି ରହିବା ଏବଂ କ୍ରମାଗତ ଜଳବାୟୁ ପରିବର୍ତ୍ତନ ଯୋଗୁ ପୁରା ବିଶ୍ୱବାସୀ ପାଣିପାଗରେ ଅସ୍ୱାଭାବିକ ତଥା ଭୟଙ୍କର ପରିବର୍ତ୍ତନଜନିତ ପ୍ରଭାବର ଶିକାର ହୋଇଛନ୍ତି ।

୨୦୨୨ରେ ପୂର୍ବ ଆଫିକ୍ରାରେ ଲଗାତର ମରୁଡ଼ି, ପାକିସ୍ତାନରେ ରେକର୍ଡ ବର୍ଷା ଏବଂ ଭୟଙ୍କର ବନ୍ୟା, ଚୀନ୍‌ ଏବଂ ୟୁରୋପରେ ତାପମାତ୍ରା ବୃଦ୍ଧି ରେକର୍ଡ ଭାଙ୍ଗିଛି । ବିଶେଷକରି ୨୦୨୨ ଜୁନ୍‌ରେ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବଜ୍ରପାତ ଯୋଗୁ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଚୀନ୍‌ ଗତବର୍ଷ ଭୟଙ୍କର ଗ୍ରୀଷ୍ମପ୍ରବାହ ଦେଖିଛି । ସେହିପରି ୟୁରୋପୀୟ ଦେଶ ସ୍ପେନ୍‌ରେ ୪,୬୦୦, ଜର୍ମାନୀରେ ୪,୫୦୦, ବ୍ରିଟେନ୍‌ରେ ୬୫ରୁ ଅଧିକ ବର୍ଷ ବୟସର ୨,୮୦୦, ଫ୍ରାନ୍ସରେ ୨,୮୦୦ ଏବଂ ପର୍ତ୍ତୁଗାଲରେ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ୨୦୨୨ ଜୁଲାଇରେ ସବୁଠୁ ଅଧିକ ଅସ୍ୱାଭାବିକ ଗ୍ରୀଷ୍ମଲହର ଅନୁଭୂତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି