Masthead

ମିଳିଲା ଲ୍ୟାବ୍ ଆସିଷ୍ଟାଣ୍ଟଙ୍କ ମୃତଦେହ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):     କଟକ ଜଗତପୁରରେ ଗତକାଲି ମହାନଦୀ ବ୍ରିଜରୁ ଡେଇଁ ନିଖୋଜ ଥିବା ଲ୍ୟାବ ଆସିଷ୍ଟାଣ୍ଟ ଦେବାଶିଷ ଦାସଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । କଟକ ଜିଲ୍ଲା କିଷନଗରର ଥାନା ସିର୍ଲୋ ବ୍ରାହ୍ମଣଖଣ୍ଡ ମହାନଦୀ ପଠାରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଏ ନେଇ ସାଲେପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଲ୍ୟାବ ଆସିଷ୍ଟାଣ୍ଟ ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଜଗତପୁର ପୋଲିସ ଦେଇଥିବା ସୂଚନା ଅନୁଯାଇ ସେ କାରରେ ତାଙ୍କ ଘରୁ ଟାଙ୍ଗୀ ଆଭିମୁଖେ ଯାଉଥିଲେ । ସାଥିରେ ତାଙ୍କ ଡ୍ରାଇଭର ମଧ୍ୟ ଥିଲେ । ମହାନଦୀ ବ୍ରିଜରୁ ସେ ତାଙ୍କ କାରକୁ ଅଟକାଇଥିଲେ । କାର ଅଟକିବା ପରେ ସେ ହଠାତ ନଦୀକୁ ଡେଇଁ ପଡିଥିଲେ ।ଅ ନେକ ଖୋଜାଖୋଜି ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ତଦନ୍ତ ପରେ ଜଣା ପଡିଥିଲା ଯେ ଗତ କିଛି ଦିନ ଧରି ଦେବାଶିଷ ଚିନ୍ତିତ ଥିଲେ । ପାରିବାରିକ ସମସ୍ୟା ନେଇ ସେ ଚିନ୍ତିତ ଥିଲେ । ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ