Masthead

ସହିଦଙ୍କ ପରିବାରକୁ ଅନୁକମ୍ପା ରାଶି ୧କୋଟି ଟଙ୍କାକୁ ବୃଦ୍ଧି ଦାବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସହିଦଙ୍କ ପରିବାରକୁ ଅନୁକମ୍ପା ରାଶି ୨୫ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି ଦାବି । ଏଭଳି ଦାବି କରିଛି ଓଡ଼ିଶା ଆମ ଆଦମୀ ପାର୍ଟି । ପାର୍ଟିର ରାଜ୍ୟ ମୁଖ୍ୟ ପ୍ରଵକ୍ତା ରଙ୍ଗାଚରଣ ପ୍ରଧାନ କହିଛନ୍ତି ସାକ୍ଷୀଗୋପାଳର ମୃତ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ୨ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରୁଥିବା ସରକାର କୋଟିଏ ଟଙ୍କା ଦେଲେ ରାଜକୋଷ କ’ଣ ଖାଲି ହୋଇଯିବ କି ବୋଲି ଆପ୍ ପ୍ରଶ୍ନ କରିଛି । ପଞ୍ଜାବ ସରକାର ସହିଦ ଯବାନଙ୍କ ପରିବାରକୁ ୧କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର କାହିଁକି ପଛାଉଛନ୍ତି । ଦିଲ୍ଲୀରେ ଆମ ଆଦିମ ସରକାର ଯବାନ, ପୋଲିସ, ଅଗ୍ନିଶମ କର୍ମଚାରୀ, ହୋମଗାଡ଼ର୍ମାନଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରୁଥିବା ରଙ୍ଗାଚରଣ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ