Masthead

ବଦଳିବେନି ଡିଜିପି ଓ ସଲିସିଟର, ଏଣିକି ସିଦ୍ଧୁଙ୍କ ନିଷ୍ପତ୍ତି

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ହାଇଡ୍ରାମା । ଘଡ଼ିକରେ ଘୋଡ଼ା ଛୁଟୁଛି ପଞ୍ଜାବ ପଲିଟିକ୍ସରେ । କ୍ଷମତାର ଲଢ଼େଇ ଏଠାରେ ଶେଷ ସୀମାରେ ପହଞ୍ଚିଛି । ଫଳସ୍ୱରୂପ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ନଭଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଆଜି ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଯେଉଁଥିରେ ଦାଗି ବିଧାୟକ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ସଲିସିଟର ଜେନେରାଲଙ୍କୁ ପଦରୁ ହଟାଇବାକୁ ଚନ୍ନି ଦାବି କରିଥିଲେ । କିନ୍ତୁ ଏହି ବୈଠକର ନିସ୍କର୍ଷ ଆସିସାରିଛି ।

ବୈଠକରେ ଚନ୍ନି ଏହି ଦୁଇଜରଙ୍କୁ ହଟାଇବାକୁ ସିଧାସଳଖ ମନା କରିଦେଇଛନ୍ତି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଆସୁଛି । ଯଦି ଏହି ଦୁଇଜଣଙ୍କୁ ହଟାଇଦିଆଯାଏ ତେବେ ବିରୋଧୀଙ୍କୁ ପ୍ରସଙ୍ଗ ମିଳିଯିବ । ତେଣୁ କୌଣସି ମତେ ସରକାର ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ଚନ୍ନି । ଏହାଛଡ଼ା ସିଦ୍ଧୁଙ୍କୁ ଇସ୍ତଫା ବାବଦରେ ପରିବାର ସହ ଆଲୋଚନା କରିବାକୁ ମଧ୍ୟ ନିବେଦନ କରିଛନ୍ତି ଚନ୍ନୀ । ସେପଟେ ସିଦ୍ଧୁ ତାଙ୍କ ଟ୍ୱିଟରରେ ଚନ୍ନୀ ସରକାରଙ୍କ ନିଯୁକ୍ତି ନେଇ ଅଭିଯାନ ଆରମ୍ଭ କରିଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଏବେ ଆଲୋଚନା କରୁଥିବା ଜଣାପଡିଛି। ଆଲୋଚନା ପରେ ସିଦ୍ଧୁ ଯାହା ନିଷ୍ପତ୍ତି ନେବେ ତାହାହିଁ ହେବ ଚୂଡ଼ାନ୍ତ ବୋଲି ପାର୍ଟି ସୂତ୍ରରୁ ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ