Masthead

କୋଚିରେ ପାଣି ଭିତରେ ଚାଲିବ ଟ୍ରେନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ପ୍ରଥମ ୱାଟର ମେଟ୍ରୋ । କେରଳ କୋଚିରେ ପାଣି ଭିତରେ ଚାଲିବ ଟ୍ରେନ । ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ଟି ଦୀପକୁ ଯୋଡିବ ଏହି ୱାଟର ମେଟ୍ରୋ । ଏଥିପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ସ୍ୱତନ୍ତ୍ର ଫିଚର୍ସ ସହ ସୁରକ୍ଷା ବ୍ୟବସ୍ଥା ରହିଛି । ଏହି ମେଟ୍ରୋ ଗୁଡିକ ଏକ ପ୍ରକାର ଇଲେକ୍ଟ୍ରିକ୍ ବୋଟ୍ । ଯାହା ଜାହଜ ଭଳି ପ୍ରସ୍ତୁତ ହୋଇଛି ।

କିନ୍ତୁ ଏହା ଭିତରେ ବସିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ମେଟ୍ରୋ ଟ୍ରେନ୍ ଭଳି । ଯାତ୍ରୀ ଏହି ବୋଟରେ ବସି ବାହାର ପ୍ରାକୃତିକ ଦୃଶ୍ୟର ମଜା ମଧ୍ୟ ନେଇ ପାରିବେ । ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟି ୮୩ ଲକ୍ଷ ଟଙ୍କା । ୭୮ଟି ଇଲେକ୍ଟ୍ରିକ୍ ବୋଟ୍ ଏବଂ ୩୮ଟି ଟର୍ମିନାଲ ନିର୍ମାଣ ହୋଇଛି । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ‘ୱାଟର ମେଟ୍ରୋ’ । ଏଥିରେ ଯାତ୍ରା କରିବା ପାଇଁ ସର୍ବନିମ୍ନ ଯାତ୍ରୀ ଭଡା ରହିଛି ୨୦ ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ