ଅକ୍ଟୋବରରେ ପିକ ଛୁଇଁବ ସଂକ୍ରମଣ

(ବଡ଼ ଖବର ବ୍ୟୁରୋ): ଅକ୍ଟୋବରରେ ଆସିପାରେ ସମ୍ଭାବ୍ୟ ତୃତୀୟ ଲହର । ଦେଶରେ ଦିନକୁ ୫ଲକ୍ଷ, ରାଜ୍ୟରେ ୧୪ ହଜାର ପାର କରିପାରେ କରୋନା ପଜିଟିଭ୍ । ଟିକାକରଣ ଚାଲିଥିବାରୁ ଭୟଙ୍କର ହେବନି ଥାର୍ଡ ୱେଭ୍ । ସରକାର ସତର୍କ କହିଲେ ଡିଏମଇଟି । ଅକ୍ଟୋବରରେ ପିକ ଛୁଇଁବ । ଏଥିରେ ଅଧିକ ଶିଶୁ ଆକ୍ରାନ୍ତ ହୋଇପାରନ୍ତି । ପ୍ରତି ୧୦୦ରେ ୨୩ ପିଲା ପଜିଟିଭ୍ ହେବେ ବୋଲି ଆକଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯଦି ତୃତୀୟ ଲହର ଆସୁଛି, ତାହେଲେ ଏହାର ପିକ୍ ପିରିୟଡ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

ଶିଶୁମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଶିଶୁଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁମାନଙ୍କର ଏବେ ସିଭିୟରିଟି ନାହିଁ ତଥାପି ତିକ୍ଷ୍ଣ ନଜର ରଖାଯାଇଛି । ଗତ ୩ ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କରୋନାର ୩ୟ ଲହରକୁ ନେଇ ପିଏମଓଙ୍କୁ ସତର୍କ କରାଇଲା ଏମଏଚଏ ପ୍ୟାନେଲ । ଅକ୍ଟୋବର ସୁଦ୍ଧା ୩ୟ ୱେଭ ନେଇ ସଚେତନ କରାଇଛି । ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବା ଆଶଙ୍କ ଥିବାରୁ ପିଲାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗି ପରାମର୍ଶ ଦିଆଯାଇଛି ।

ସେପଟେ କରୋନା ୩ୟ ଲହର ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା ରଖିଛନ୍ତି । ୩ୟ ଲହର ଆସିଲେ ଅଧିକ ପ୍ରଭାବିତ ହେବେ ପିଲା । ଅକ୍ଟୋବରରେ ୩ୟ ଳହର ପିକରେ ରହିବ ବୋଲି ବିଶେଷଜ୍ଞମାନେ ମତ ରଖରଛନ୍ତି । ଦେଶରେ ୪ଲକ୍ଷ ଛୁଇଁ ପାରେ ଦୈନିକ ସଂକ୍ରମଣ । ଓଡ଼ିଶାରେ ଦୈନିକ ସଂକ୍ରମିତ ହେବେ ୧୪ହଜାର ତେଣୁ ଶିଶୁଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!