Masthead

ନକ୍ସଲ-ପୋଲିସ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଏବଂ ଛତିଶଗଡ଼ ସୀମା ଶୋଭା ଥାନା ଅଂଚଳରେ ନକ୍ସଲ ପୋଲିସ ମଧ୍ୟରେ ଗୁଳିବିନିମୟ । ଗୁଳିବିନିମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଏହି ଗୁଳିବିନିମୟରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏ ନେଇ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି । ଏସପିଙ୍କ ସୂଚନା ଅନୁଯାୟୀ ପୋଲିସ ଏସଓଜି ଏବଂ ନକ୍ସଲଙ୍କ ମଧ୍ୟରେ ଅଧଘଣ୍ଟା ଧରି ହୋଇଥିବା ଗୁଳିବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ସୂଚନା ମିଳିନଥିବା ବେଳେ ବହୁ ପରିମାଣ ର ମାଓ ସାମଗ୍ରୀ ଜବତ ହୋଇଛି ।

ଏସପିଙ୍କ ସୂଚନା ଅନୁଯାୟୀ ଗତକାଲି ପୋଲିସ ଏସଓଜି ଟିମ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭା ଥାନା ଅଞ୍ଚଳରେ ପୋଲିସ ଏସଓଜି ର ଦୁଇଟି ୟୁନିଟ କରି ମାଓବାଦୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ତେବେ ଏହି ଗୁଳିବିନିମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ୬ ଟି ଅଫୁଟା ଗୁଳି ,ସୋଲାର ପ୍ଲେଟ ,ଗର୍ଭ ନିରୋଧକ ,କିଛି ଆପତ୍ତି ଜନକ ସାମଗ୍ରୀ ସହ ଗର୍ଭ ପରୀକ୍ଷା କୀଟ ମଧ୍ୟ ଜବତ ହୋଇଛି । ଯେଉଁଥିରେ ସେମାନେ ମହିଳା ଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼